Home ଜିଲ୍ଲା ପରିକ୍ରମା ବାଇକ୍‌କୁ ଘରୋଇ ବସ୍ ସାଇଡ୍ ମାରିବା ଘଟଣା, ମାରଣାସ୍ତ୍ର ଆକ୍ରମଣରେ ୩ ଗୁରୁତର, ବସ୍ ଓ...

ବାଇକ୍‌କୁ ଘରୋଇ ବସ୍ ସାଇଡ୍ ମାରିବା ଘଟଣା, ମାରଣାସ୍ତ୍ର ଆକ୍ରମଣରେ ୩ ଗୁରୁତର, ବସ୍ ଓ ଚାଳକ ଥାନାରେ ଅଟକ

31

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦିନ ୨ ଘଟିକା ସମୟରେ ଭଦ୍ରକରୁ ଔପଦା ଯାଉଥିବା ପାଢୀ ନାମକ ଏକ ଘରୋଇ ବସ୍ ୧୬ନଂ ଜାତୀୟ ରାଜପଥର ଡାହାଣୀଗଡିଆ ହନୁମାନ ମନ୍ଦିର ନିକଟରେ ଦୁଇ ବାଇକ୍ ଆରୋହୀଙ୍କୁ ସାଇଡ୍ ମାରିଥିଲା। ଏହି ଘଟଣାରେ ଦୁଇ ବାଇକ୍ ଚାଳକ ବସ୍‌ଟି ସ୍ଥାନୀୟ ନେସନାଲ ପେଟ୍ରୋଲ ପମ୍ପ ନିକଟରେ ଅଟକ ଥିବାବେଳେ ସେମାନଙ୍କୁ ପଚାରିବାକୁ ନେଇ ଗାଡି ଚାଳକ, ହେଲପର ଓ କଣ୍ଡକ୍ଟରଙ୍କ ମଧ୍ୟରେ ବଚସା ହୋଇଥିଲା। ଏବଂ ବସ୍‌ଟିର କର୍ମଚାରୀମାନେ ବିଭିନ୍ନ ମାରଣାସ୍ତ୍ରାରେ ଉଭୟ ବାଇକ୍ ଚାଳକଙ୍କୁ ପିଟି ରକ୍ତାକ୍ତ କରିଦେଇଥିଲେ। ଏହି ଖବର ପାଇ ଦୁଇ ଯୁବକଙ୍କ ଅନ୍ୟ ଏକ ଭାଇ ସେଠାରେ ପହଂଚିବାରୁ ସେ ମଧ୍ୟ ବସ୍ କର୍ମଚାରୀଙ୍କ କବଳରୁ ବର୍ତିପାରିନଥିଲା। ତେବେ ଗୁରୁତର ଆହତ ହୋଇଥିବା ପୌରପାଳିକାର ୪ଂ ୱାର୍ଡ ଡଗରାସାହି ବାସିନ୍ଦା ଲକ୍ଷଦୀପ ଦାସ, ଲାଲଦୀପ ଦାସ ଓ ଲୋକଦୀପ ଦାସଙ୍କୁ ଲୋକେ ଭଦ୍ରକ ଡାକ୍ତରଖାନାରେ ପହଂଚାଇବା ପରେ ପୁଲିସ୍ ପହଂଚି ବସ୍ ଓ ତାର ଚାଳକକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ତେବେ ଆକ୍ରମଣ କରିଥିବା ଅନ୍ୟ ବସ୍ କର୍ମଚାରୀମାନେ ଫେରାର ଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.