ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଥାନା ପଛ ପଟେ ଜଳ ସମ୍ପଦ ବିଭାଗର ଯାଇଥିବା ହାଇ ଲେବଲ କେନାଲରୁ ଏକ ମୃତ ଦେହ ଆଜି ଭଣ୍ଡାରିପୋଖରେ ପୋଲିସ ଦିନ ୯ଟାରେ ଉଦ୍ଧାର କରିଛି। ଉଦ୍ଧାର ର ଦଶ ଘଂଟା ପର୍ଯ୍ୟନ୍ତ ଶବ୍ କୁ ଚିହ୍ନଟ କରାଯାଇ ପାରିନାହିଁ। ୨୫ରୁ ୩୦ବର୍ଷ ବୟସର ଏହିଯୁବକଙ୍କ ମୁଖ ମଣ୍ଡଳର ତାଳୁ, ଓଠ ଓ ଆଖିପତାରେ ଆଘାତ ଲାଗି ରକ୍ତ ସ୍ରାବ ହୋଇଥିବା ଦେଖିବାକୁ ମିଳି ଥିବାରୁ ଏହା ଏକ ହତ୍ୟା କାଣ୍ଡ ବୋଲି ଦୃଢ଼ ସଂଦେହ ଉପୁଜିଛି। ଥାନା ତରଫରୁ ୧୯ନଂ ୟୁ ଡି କେଶ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କେନାଲ ରେ ମାତ୍ର ଆଣ୍ଠୁଏ ପାଣି ଥିବାରୁ ମୃତ୍ୟୁ ଜଳ ଜନିତ ବୋଲି ଆଦୌ ସମ୍ଭାବନା ନଥିବାରୁ ଏବଂ ଗତକାଲି ଏହାର ଅନତି ଦୂର ରେ ଗଞ୍ଜା ଲଢେଇର ଦିନ ଥିବାରୁ ଏବଂ ବାହାର ଯୁବକ ମାନେ ଦେଖିବାକୁ ଏବଂ ବାଜି ଲଗାଇ ବାକୁ ଆସୁ ଥିବାରୁ ଖେଳ ଅପରାହ୍ନ ୫ଟା ରେ ସରିବାପରେ କେନାଲ ଅପର ପଟେ ପ୍ରଶସ୍ତ ସ୍ଥାନ ଥିବାରୁ ଖଟି ପରେ କୌଣସି କାରଣରୁ ଗଣ୍ଡଗୋଳ ଘଟି ଏହି ହତ୍ୟା କାଣ୍ଡ ହୋଇ ଥିବା ଅନୁମାନ ହେଉଛି।