Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ସଂଗ୍ରାମୀ ମା’ ରମାଦେବୀଙ୍କ ୧୨୫ତମ ଜିଲ୍ଳା ସ୍ତରୀୟ ଜୟନ୍ତୀ ପାଳିତ ଓ ଆଲୋଚନା ଚକ୍ର

ସ୍ୱାଧୀନତା ସଂଗ୍ରାମୀ ମା’ ରମାଦେବୀଙ୍କ ୧୨୫ତମ ଜିଲ୍ଳା ସ୍ତରୀୟ ଜୟନ୍ତୀ ପାଳିତ ଓ ଆଲୋଚନା ଚକ୍ର

4

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାତୃଶକ୍ତି ଯେ କେତେ ବଡ଼ଶକ୍ତି – ଯଥାର୍ଥରେ ବିଂଶ ଶତାବ୍ଦୀରେ ତାହା ପ୍ରମାଣ କରି ଦେଖାଇ ଦେଇଗଲେ – ସର୍ବଜନ ପୂଜ୍ୟା, ମହନୀୟା, ଗାନ୍ଧିଜୀଙ୍କ ପଟ୍ଟଶିଷ୍ୟା, ମାଆ ରମାଦେବୀ। ଓଡ଼ିଶା ତଥା ଭାରତର ଅଦ୍ୱିତୀୟା ମାଆ। ମାଆ ପଣିଆ – ଆନ୍ତରିକତାରେ ମଧୁର ସ୍ପର୍ଶ କଥାରେ ଓ କାର୍ଯ୍ୟରେ। ଆଚରଣରେ ଉଚ୍ଚାରଣରେ ତିଳେ ମାତ୍ର ପାର୍ଥକ୍ୟ ନଥାଏ। ସହାନୁଭୁତି, କରୁଣା, ଦୟା, କ୍ଷମା, ସମ୍ବେଦନ ଓ ଭଲ ପାଇବାର ମଣିଷ। ବିପ୍ଳବିନୀ ସର୍ବୋଦୟ ନେତ୍ରୀ, ଅସୀମ ସାହସୀ ଅହିଂସା ମନ୍ତ୍ରରେ ଦିକ୍ଷୀତା ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ଶକ୍ତିମୟୀ ମାଆ ରମାଦେବୀଙ୍କର ୧୨୫ ତମ ବାଷିକ ଜୟନ୍ତୀ ସମାରୋହ ଉତ୍କଳ ସର୍ବୋଦୟ ମଣ୍ଡଳ ଭଦ୍ରକର ଜିଲ୍ଳାସ୍ତରୀୟ କାର୍ଯ୍ୟକ୍ରମ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଳା ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ସର୍ବପ୍ରଥମେ ଶ୍ରୀ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ତତ୍‌ପରେ ଗାନ୍ଧୀ ବାଳାଶ୍ରମର ପିଲାମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ତାପରେ ମା ରମାଦେବୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଉପରୋକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଦାସ ମୁଖ୍ୟ ଅତିଥି, ସ୍ତମ୍ଭକାର ଅଭୟ କୁମାର ଦ୍ୱିବେଦୀ ମୁଖ୍ୟବକ୍ତା, ଭଦ୍ରକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ସମ୍ମାନନୀୟ ଅତିଥି, ଉତ୍କଳ ସର୍ବୋଦୟ ମଣ୍ଡଳ ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ, ଅଧ୍ୟାପକ ଲକ୍ଷ୍ମୀକାନ୍ତ ନାୟକ, ପ୍ରାଧ୍ୟାପକ ଡ. ପଦ୍ମନାଭ ପତ୍ରି, ଜଗତସିଂହପୁରର ସର୍ବୋଦୟ କର୍ମୀ ସ୍ନେହାଂଶୁ ଭାଇ, ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ, ରଞ୍ଜିତା ସାହାଣୀ, ମା’ ରମାଦେବୀଙ୍କର ତ୍ୟାଗ, ଦେଶପ୍ରେମ, ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ମା’ ରମା ଦେବୀଙ୍କର ତ୍ୟାଗ, ଦେଶପ୍ରେମ, ଅସହଯୋଗ ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମରେ ଝାସ, ହରିଜନ ପଦଯାତ୍ରାରେ ମାହାତ୍ମା ଗାନ୍ଧୀଙ୍କ ସହିତ କର୍ତବ୍ୟ, ସ୍ୱରାଜ ଆଶ୍ରମ ପରିଚାଳନା, ବିନୋବା ଭାବେଙ୍କ ସହିତ ଭୁଦାନ ଆନ୍ଦୋଳନରେ ସାରା ରାଜ୍ୟ ବୁଲି, ଗ୍ରାମଦାନ, ଜମି ଦାନ, ବଇ ଆଶ୍ରମରେ ସେବା, ଚୀନ ଭାରତ ଯୁଦ୍ଧରେ ସୈନିକମାନଙ୍କ ସେବା, ଇତ୍ୟାଦି ତାଙ୍କୁ ମହନୀୟ ଓ କାଳଜୟୀ କରିବା ସଙ୍ଗେ ସଙ୍ଗେ ସଦା ସ୍ମରଣୀୟ କରି ରଖିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଉପସଭାପତି ନାରାୟଣ ପାଢ଼ୀ ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପକ ଶୁଭେନ୍ଦୁ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.