Home ଜିଲ୍ଲା ପରିକ୍ରମା ଦାନା ବାନ୍ଧୁଛି ‘ଦାନା’, ଗତିପଥ ଚିତ୍ର ଅସ୍ପଷ୍ଟ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ...

ଦାନା ବାନ୍ଧୁଛି ‘ଦାନା’, ଗତିପଥ ଚିତ୍ର ଅସ୍ପଷ୍ଟ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ – ଜିଲ୍ଲାପାଳ

13

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଣିପାଗ ବିଭାଗର ଆକଳନ ଅନୁଯାୟୀ ସୃଷ୍ଟି ହୋଇଥିବା ଲଘୁଚାପ ସମ୍ଭାବ୍ୟ ବାତ୍ୟାର ରୂପ ନେବା ସୂଚନା କ୍ରମେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର ଆଦିଙ୍କ ସମୀକ୍ଷା ଓ ନିର୍ଦ୍ଦେଶ ମତେ ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କ୍ଷେତ୍ରୀୟ ସ୍ତରରେ ପୂର୍ଣ୍ଣ ପ୍ରସ୍ତୁତି ନିମନ୍ତେ ସଂପୃକ୍ତ ସମସ୍ତ ବି.ଡି.ଓ. ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଜିଲ୍ଲାର ଥିବା ସମସ୍ତ ବାତ୍ୟାଶ୍ରୟ ଓ ବନ୍ୟାଶ୍ରୟ ସମୁଦାୟ ୧୦୫ଟି ଆଶ୍ରୟସ୍ଥଳୀକୁ ପରିଦର୍ଶନ କରି ସମ୍ପୁର୍ଣ୍ଣ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସେଗୁଡ଼ିକର ଉପଲବ୍‌ଧ ଥିବା ପାନୀୟ ଜଳ ଯୋଗାଣ, ଶୌଚାଳୟ, ଜେନେରେଟର, ଆସ୍କା ଲାଇଟ୍‌, ଯାନ୍ତ୍ରିକ କଟର, ପରିଷ୍କାର ପରିଚ୍ଛନ୍ନତା ଓ ଆନୁସଙ୍ଗିକ ସମସ୍ତ ଉପକରଣ ସଚଳ ଅବସ୍ଥାରେ ରଖିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଆବଶ୍ୟକ ହେଲେ ନିରାପଦ ସ୍କୁଲ ଗୁଡ଼ିକୁ ମଧ୍ୟ ଆଶ୍ରୟସ୍ଥଳୀ ରୂପେ ଚିହ୍ନଟ କରିବାକୁ କୁହାଯାଇଛି । ବାତ୍ୟା, ବନ୍ୟା ପ୍ରବଣ ଓ ତଳିଆ ଜଳମଗ୍ନ ହେଉଥିବା ଅଂଚଳକୁ ଚିହ୍ନଟକରି ଆବଶ୍ୟକ ହେଲେ ସଂପୃକ୍ତ ଅଂଚଳରୁ ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ନେଇ ସେମାନଙ୍କୁ ସଚେତନ କରାଯିବ । ଆଶ୍ରୟ ସ୍ଥଳୀରେ ଶୁଖିôଲା ଖାଦ୍ୟ, ରନ୍ଧାଖାଦ୍ୟ ପାଇଁ ଆବଶ୍ୟକ ଉପକରଣ, ଔଷଧ, ଶିଶୁ ଖାଦ୍ୟ ଆଦି ମହଜୁଦ ରଖିବା ପାଇଁ ପଦକ୍ଷେପ ଦିଆଯିବ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱମନ୍ତ୍ରୀଙ୍କ ଦ୍ୱାରା ଆଭାସି ବୈଠକ ଜରିଆରେ ଜିଲ୍ଲାପାଳମାନଙ୍କୁ ପ୍ରଦତ ନିର୍ଦ୍ଦେଶମତେ ପ୍ରସ୍ତୁତିକୁ ଟିକିନିଖି ସମୀକ୍ଷା କରାଯାଉଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଆଭାସି ଜରିଆରେ ଜିଲ୍ଲାର ସମସ୍ତ ବି.ଡି.ଓ. ତହସିଲଦାର ଓ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଆଭାସି ଜରିଆରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଡ଼ି ହୋଇଥିବା ବୈଠକରେ ଜିଲ୍ଲାପାଳଙ୍କ ସହିତ ଏସ୍‌.ପି. ମାଡ଼କର ସନ୍ଦୀପ ସମ୍ପତ, ଅତିରିକତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତନ୍ମିତା କର ଓ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଓ ନିର୍ଦ୍ଦେଶାନୁଯାୟୀ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ସଠିକ୍ ଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ସମୁଦ୍ର ଭିତରେ ଥିବା ସମସ୍ତ ୯୧୧ଟି ମାଛଧରା ଡ଼ଙ୍ଗା/ଟ୍ରଲର ସମୁଦ୍ରରୁ କୂଳକୁ ଫେରି ସାରିଛନ୍ତି । ଆବଶ୍ୟକ ହେଲେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ଏକ ସପ୍ତାହ ମଧ୍ୟରେ ପ୍ରସବ ତାରିଖ ଥିବା ଗର୍ଭବତୀ, ତଳିଆ ଅଂଚଳ ଆଦି ଚିହ୍ନଟ କରାଯାଇଅଛି । ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ମିଳିପାରେ ବୋଲି ଆଶା କରାଯାଉଛି। ୨୩ ଓ ୨୪ ତାରିଖ ବେଳକୁ ୨୦ ସେ.ମି.ରୁ ଅଧିକ ବର୍ଷା ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରଶାସନ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଜିଲ୍ଲା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.