Home ଜିଲ୍ଲା ପରିକ୍ରମା ଶ୍ରୀରାମ ନବମୀ ମହୋତ୍ସବ- ୨୦୨୪, ଶ୍ରୀରାମ ମହାଯଜ୍ଞ ସମିତିର ପ୍ରଥମ ପ୍ରସ୍ତୁତି ବୈଠକ ଏବଂ ମେଢ଼...

ଶ୍ରୀରାମ ନବମୀ ମହୋତ୍ସବ- ୨୦୨୪, ଶ୍ରୀରାମ ମହାଯଜ୍ଞ ସମିତିର ପ୍ରଥମ ପ୍ରସ୍ତୁତି ବୈଠକ ଏବଂ ମେଢ଼ ଗୋ ପୂଜନ କମିଟିକୁ ସମ୍ବର୍ଦ୍ଧନା

67

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନର ଅଂଶ ବିଶେଷ ଐତିହାସିକ ଭଦ୍ରକ ଶ୍ରୀରାମ ନବମୀ ମହୋତ୍ସବ ଜିଲ୍ଲାର ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପରିଚୟ ପ୍ରଦାନ କରେ । ଚଳିତ ବର୍ଷ ଶ୍ରୀରାମ ନବମୀ ମହୋତ୍ସବକୁ ଅତ୍ୟନ୍ତ ଭବ୍ୟ, ଦିବ୍ୟ ଓ ଚିତାକର୍ଷକ ରୂପରେ ପାଳନ କରିବାକୁ ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରୁ ଦିବଂଗତ ସଭାପତି ବରିଷ୍ଠ ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ସମିତିର ସଭାପତି ବରିଷ୍ଠ ଆଇନଜୀବୀ ନିତ୍ୟାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ ମଞ୍ଚାସୀନ ରହି ଭଦ୍ରକ ଜିଲାର ଏହି ପ୍ରସିଦ୍ଧ ରାମ ନବମୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପଢ଼ିଆରୀ ଗତ ବର୍ଷ ୨୦୨୩ ମସିହାର ଶ୍ରୀରାମ ନବମୀ ମହୋତ୍ସବ ପାଳନ ସମ୍ବନ୍ଧରେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପୂର୍ବ ବର୍ଷର ଶ୍ରେଷ୍ଠ ମେଢ଼ କମିଟି ଭାବେ ଜଗନ୍ନାଥପୁର ମେଢ଼ କମିଟିକୁ ସମ୍ବର୍ଦ୍ଧିତ କରାଯିବା ସହ ଗୋ ପୂଜନ କାର୍ଯ୍ୟକ୍ରମର ଅଂଶ ଗ୍ରହଣ କରିଥିବା ସମସ୍ତ ଗୋ ପାଳକଙ୍କୁ ମାନ ପତ୍ର ଉତ୍ତରୀୟ ଏବଂ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଚଳିତ ବର୍ଷ ଶ୍ରୀରାମ ନବମୀ କାର୍ଯ୍ୟକ୍ରମ ଗୁଡିକୁ ଶୃଙ୍ଖଳିତ, ସଫଳ ଓ ଭବ୍ୟ କରିବା ପାଇଁ ବିଭିନ୍ନ ବିଭାଗର ଦାଇତ୍ୱ ସଂଯୋଜକ ଶ୍ରୀଯୁକ୍ତ ରାଉତ ଘୋଷଣା କରିଥିଲେ । ଅନୁଷ୍ଠିତ ବୈଠକରେ ଉପ ସଭାପତି ଯଥାକ୍ରମେ ଜଗନ୍ନାଥ ଦାଶ, ତ୍ରିଲୋଚନ ନାୟକ, କହ୍ନେଇ ଚରଣ ଦାସ ଏବଂ ସମ୍ପାଦକ ଯଥାକ୍ରମେ ସ୍ୱାଧୀନ ସୁନ୍ଦର ଦାସ, ଆଇନଜୀବୀ ତୁଷାର କାନ୍ତ ଦାସ, ସ୍ୱରୂପା ନନ୍ଦ ମହାପାତ୍ର, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସହ କୋଷାଧ୍ୟକ୍ଷ ଶିବ ଶଙ୍କର ଦାସ ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଅଭିମନ୍ୟୁ ସେଠୀ, ଡ଼ା. ପ୍ରଦୀପ ନାୟକ, ଦୀନବନ୍ଧୁ ପତି, ରଘୁନାଥ ସାହୁ, ଡ଼. ଦେବରାଜ ପାତ୍ର, ବିଜୟ ଭୂଷଣ ନାୟକ, ହେମନ୍ତ ପାଢ଼ୀ, କୈଳାସ ଦାସ, ସୀତାପ୍ସଶୁ ଶେଖର ମହାପାତ୍ର, ଶ୍ରୀହର୍ଷ ସ୍ୱାଇଁ, ପ୍ରେମା ନନ୍ଦ ବେହେରା, ଶୁଭଙ୍କର ମହାପାତ୍ର, ଶଶିକାନ୍ତ ବିଶ୍ୱାଳ, ବିଦ୍ୟାଧର ସାହୁ, ପୂର୍ଣ ଚନ୍ଦ୍ର ପାଣି, ପ୍ରଧାନ ଆଚାର୍ଯ୍ୟ ମଦନ ମୋହନ ମହନ୍ତ, ପ୍ରଭାତ ମହାନ୍ତି, ବିକାଶ ପାଢ଼ୀ, ସନ୍ତୋଷ ସାହୁ, ବିଭୁ ଚନ୍ଦନ ଜେନା, ନାଟ୍ୟଶ୍ରୀ ନିର୍ମଳ ରାଉତ, ଜୟ ପ୍ରକାଶ ମଲ୍ଲିକ, ଘାଉଲି ଯେନା, ଗଣେଶ ଚନ୍ଦ୍ର ଦାସ, ସତ୍ୟ ମହାନ୍ତି, ବୃନ୍ଦାବନ ଜେନା, ରବୀନ୍ଦ୍ର ଦେଓ, ରୋହିତ ଜେନା, ବିଜୟ କୁମାର ମିଶ୍ର, ସୁବାସ ମିଶ୍ର, ରବି ନାରାୟଣ ପଣ୍ଡା, ଭୁବନା ନନ୍ଦ ମିଶ୍ର ଏବଂ କୈଳାସ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ଭିନ୍ନ ଭିନ୍ନ ବିଭାଗର କାର୍ଯ୍ୟକ୍ରମକୁ ନେଇ ବୈଠକ ହେବା ସହ ଯୋଜନା ପ୍ରସ୍ତୁତ କରାଯିବ ବୋଲି ସମିତି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.