Home ଜିଲ୍ଲା ପରିକ୍ରମା ଧନୁର୍ଜୟପୁର ସ୍କୁଲରେ ବିଦାୟ କାଳୀନ ସମ୍ବର୍ଦ୍ଧନା

ଧନୁର୍ଜୟପୁର ସ୍କୁଲରେ ବିଦାୟ କାଳୀନ ସମ୍ବର୍ଦ୍ଧନା

18

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ, ଧନୁର୍ଜୟପୁର ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଧନୁର୍ଜୟପୁର ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଇସିଂ ମୁଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଏ.ସି.ବି ଫାଉଣ୍ଡେସନ କାହାଳିଆଗଢ଼ିଆର ଅଧ୍ୟକ୍ଷ ସମାଜସେବୀ ଅଲେଖ ଚନ୍ଦ୍ର ବେହେରା , ଫାଉଣ୍ଡେସନର ଉପଦେଷ୍ଟା ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ଦାସ, ସିଆରସିସି ବସନ୍ତ କମାର ନାୟକ, ବିଦ୍ୟାଳୟର ସଭାପତି ଅନିରୁଦ୍ଧ ନାଇକ ପ୍ରମୁଖ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ବିଜ୍ଞାନ ଶିକ୍ଷକ ସତ୍ୟନାରାୟଣ ଜେନା ଓ କଳା ଶିକ୍ଷକ ଅଚ୍ୟୁତାନନ୍ଦ ସେଠୀଙ୍କ ମଞ୍ଚ ପରିଚାଳନାରେ ଶିକ୍ଷକ ଭାଗିରଥି ପଲେଇ, ଗୌରାଙ୍ଗ ଚରଣ ପଣ୍ଡିତ, ହେମନ୍ତ କୁମାର ମହାପାତ୍ର, ରାଜେଶ କୁମାର ପଣ୍ଡା, ଠାକୁର ଟୁଡୁ, ବିଶ୍ୱନାଥ ମାଝୀ, ହେମନ୍ତ କୁମାର ସଂଙ୍ଖୁଆଳ, ଖେଳ ଶିକ୍ଷୟିତ୍ରୀ ମନସ୍ୱିନୀ ଖମାରୀ ଓ ରୋଜାଲିସା ବାରିକ ସହଯୋଗ କରିଥିଲେ । ଏହି ଅବସରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଉପହାର ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.