Home ଜିଲ୍ଲା ପରିକ୍ରମା ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ଏବଂ ପୁରଷ୍କାର ବିତରଣ ଉତ୍ସବ

ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ଏବଂ ପୁରଷ୍କାର ବିତରଣ ଉତ୍ସବ

9

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ରେ ଥିବା ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ଏବଂ ପୁରଷ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅନିତା ମିଶ୍ର , ମୁଖ୍ୟବକ୍ତା ଭାବେ ସୁଧାଂଶୁ ଶେଖର ମିଶ୍ର ,ବିଶିଷ୍ଠ ଅତିଥି ଭାବେ ଧାମରା ପଂଚାୟତର ସମିତିସଭ୍ୟ ପ୍ରିୟରଞନ ଜେନା, ପାଇକସାହି କ୍ଲଷ୍ଟରର ପୂର୍ବତନ ସିଆରସିସି ନବ କିଶୋର ସେଠୀ, ରଣଜିତ ଜେନା,ସମାଜସେବୀ ନରହରି ମଲିକ, ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଜୟକୃଷ୍ନ ଜେନା, ଏସଏମସି ସଭାପତି ବିକାଶ କୁମାର ଜେନା ପ୍ରମୁଖ ମଂଚାସୀନ ଥିଲେ ।ମଂଚାସୀନ ବ୍ୟକ୍ତି ବିଶେଷ ସଭାକାର୍ଯ୍ୟ ପ୍ରାରମ୍ଭରେ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷଜ ଟୁନା ମହାଳିକ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ଶ୍ରୀପତି ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମଂଚାସୀନ ଅତିଥି ବୃନ୍ଦ ନିଜ ନିଜର ବକ୍ତବ୍ୟରେ କୋମଳମତି ଛାତ୍ରଛାତ୍ରୀ ଙ୍କ ଉପରେ ସବୁ ସମୟରେ ବସ୍ତାନୀର ବୋଝ ଲଦି ଦେଇ ଶିକ୍ଷକ ମାନେ ନିଜର କର୍ତବ୍ୟ ସଂପାଦନ କରିଛନ୍ତି ବୋଲି ଭାବିବା ପୂର୍ବରୁ ଏହି ଛାତ୍ରଛାତ୍ରୀ ମାନଙ୍କର କିପରି ବୈାଦ୍ଧିକ ତଥା ମାନସିକ ବିକାଶ ହୋଇ ପାରିବ ସେ ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରେ ବିଦ୍ୟାଳୟର କୃତୀଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବାରୁ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷକ ସୁଶାନ୍ତ କୁମାର ଗିରି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଅଂଚଳବାସୀ ଉପସ୍ଥିତ ରହି ଉପଭୋଗ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଶୋକ କୁମାର ବିଶ୍ୱାଳ, ଚିରଞିବୀ ମଲିକ, ଜ୍ୟୋସ୍ନାପ୍ରଭା ସାହୁ, ସ୍ୱାତୀ ଶୁଭରେଖା ମହାନ୍ତି, ଗିରିଜା ଶଙ୍କର ଆଚାର୍ଯ୍ୟ, କୁସୁମଲତା ସେଠୀ, କାହ୍ନୁଚରଣ ଟୁଡୁ, ମାନୁ ମୁର୍ମୁ, ସୁଶୀଳା କର, ଅଜୟ ନାୟକ, ମୋନାଲିଶା ଜେନା, ସୁନୀଲ ମାରାଣ୍ଡି, ରାମଚନ୍ଦ୍ର ମାରାଣ୍ଡି, ସୁକୁମାରୀ ସିଂ, କନକଲତା ପଣ୍ଡା, ସୁପ୍ରଭା ଦେ, ବର୍ଷାରାଣୀ ନାୟକ, ହୃଶିକେଶ ମହାରଣା, ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.