Home ଜିଲ୍ଲା ପରିକ୍ରମା ଅଲୋଡା ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଭଦ୍ରକ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଦୃଢ ପ୍ରତିବାଦ

ଅଲୋଡା ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଭଦ୍ରକ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଦୃଢ ପ୍ରତିବାଦ

8

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକ ବୈଠକ ଭଦ୍ରକସ୍ଥ ବାଲଗୋପାଳ ମନ୍ଦିର ପରିସରରେ ସମିତିର ମୁଖ୍ୟ ପରିଚାଳକ ପ.ଭାଗୀରଥି ନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୪ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା “ଭଦ୍ରାଣୀ” ମହୋତ୍ସବରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଯେଭଳି ଭାବରେ ଅଲୋଡା କରାଯାଇଅଛି ତାହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ଶ୍ରୀ ଜଗନ୍ନାଥ ପ୍ରେମୀ ଓ ଭକ୍ତ ଭକ୍ତାମାନଙ୍କ ମନରେ ଗଭୀର ଆଘାତ ଦେଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମହୋତ୍ସବର ଶେଷ ପର୍ଯ୍ୟାୟରେ ଅଲୋଡା ଭାବରେ ରଖାଯାଇଥିବା ପ୍ରକ୍ରିୟାକୁ ଆଜିକାର ବୈଠକ ଦୃଢ ପ୍ରତିବାଦ କରାଯାଇ ଏ ସଂପର୍କରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ କରାଯାଇଛି । ଅନ୍ୟ ଏକ ପ୍ରସ୍ତାବରେ ହିନ୍ଦୁ ସମ୍ପ୍ରଦାୟର ବିଭିନ୍ନ ଦେବା ଦେବୀଙ୍କୁ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହାର କରା ନ ଯିବାକୁ ଦାବି କରାଯାଇଅଛି ଏଥିରେ ସମିତିର ସାଙ୍ଗଠନିକ କାର୍ଯ୍ୟାବଳୀ ଓ ବାର୍ଷିକ ମୁଖପତ୍ର “ନୀଳକନ୍ଦର” ପତ୍ରିକାର ପ୍ରକାଶନ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକ ପ୍ରାରମ୍ଭରେ ସମିତିର ମୁଖ୍ୟ ଆବାହକ ସେବକ ଶ୍ରୀ ଶରତ କୁମାର ସାହୁ ଶ୍ରୀ ଜଗନ୍ନାଥଙ୍କ ସ୍ମୃତିପାଠ ପୂର୍ବକ ସମିତିର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ସହ ଆବାହକ ସର୍ବ ଶ୍ରୀ ବାବୁଲାଲ ଦାସ, ଲକ୍ଷ୍ମୀଧର ଖଟୁଆ, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ସନେଇ ଶିଅଳ, ଅବସରପ୍ରାପ୍ତ ଅଧ୍ୟାପକ ସନ୍ତୋଷ କୁମାର ଦାଶ, ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ବଳରାମ ମହାନ୍ତି, କାହ୍ନୁଚରଣ ଦାସ, ଅବସରପ୍ରାପ୍ତ ଏ.ବି.ଓ ସନାତନ ସାହୁ, ସମିତିର ହିସାବରକ୍ଷକ ପ୍ରଶାନ୍ତ କୁମାର ଦେ ପ୍ରମୁଖ ସେବକଗଣ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.