Home ଜିଲ୍ଲା ପରିକ୍ରମା ପଧାନପଡ଼ା ବିଦ୍ୟାଳୟରେ ବାର୍ଷିକ ଉତ୍ସବ, ବିବିଧତା ମଧ୍ୟରେ ଏକତା ଆମ ପାଇଁ ଉଦାହରଣ-ବିଧାୟକ

ପଧାନପଡ଼ା ବିଦ୍ୟାଳୟରେ ବାର୍ଷିକ ଉତ୍ସବ, ବିବିଧତା ମଧ୍ୟରେ ଏକତା ଆମ ପାଇଁ ଉଦାହରଣ-ବିଧାୟକ

12

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପୁରୁଣା ବଜାର ସ୍କୁଲ ପରେ ବନ୍ତର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପଧାନପଡ଼ା ସଂଖ୍ୟାଲଘୁ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ବିବିଧତା ମଧ୍ୟରେ ଏକତା ଆମ ପାଇଁ ଏକ ଉଦାହରଣ । ଏଠାରେ ହିନ୍ଦୁ ମୁସଲିମ୍ ଦୁଇ ସଂପ୍ରଦାୟର କୋମଳମତୀ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବା ବେଳେ ସମସ୍ତ ଶିକ୍ଷକ, କର୍ମଚାରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ନୟ ଯୋଗୁଁ ବ୍ଲକରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇ ଆସୁଛି ବୋଲି ଆଜି ଅନୁଷ୍ଠିତ ଏହି ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପଧାନପଡ଼ାର ୨୦ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି । ପରିଚାଳନା ପରିଷଦର ସଭାପତି ସେକ୍ ଜଲାଲୁବ୍ଦିନ୍‌ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଉପ-ସହକାରୀ ନିବନ୍ଧକ ସମବାୟ ସମିତି ଭଦ୍ରକର ସତ୍ୟ ପ୍ରକାଶ ସେଠୀ ସୁଜନାତ୍ମକ ଗୁଣର ବିକାଶ ପାଇଁ ସରକାର ଉଦ୍ୟମ କରୁଛନ୍ତି, ଏହାର ଫାଇଦା ଉଠାଇ ଭଲ ମଣିଷ ହେବାକୁ ସେ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବି.ଡି.ଓ ପ୍ରଦୀପ କୁମାର ସେଠୀ, ଆଦର୍ଶ ଶିକ୍ଷକ ଶଶି ଶେଖର କରଶର୍ମା, ଅଜୟ କୁମାର ପୃଷ୍ଟି, ସ୍ଥାନୀୟ ସରପଞ୍ଚ ଗଜେନ୍ଦ୍ର ସେଠୀ, ଯୁବ ନେତା ସମିନ୍ ନୱାଜ୍‌, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନେ ବିଦ୍ୟାଳୟର ମୁଖପତ୍ର “ଭିନ୍ନ ବାତାୟନ”କୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ସମେତ ବିଭିନ୍ନ ପ୍ରତିଭା ଧର ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଅଧ୍ୟାପକ ନରହରି ଜେନା ଅତିଥି ପରିଚୟ, ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲି ସ୍ୱାଗତ ଅଭିଭାଷଣ ଓ ଶୁଭେନ୍ଦୁ ଶେଖର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ପକ୍ଷରୁ ନୃତ୍ୟ ସଂଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଜଗନ୍ନାଥ ଦ୍ୱିବେଦୀ, ହେମନ୍ତ ପରିଡ଼ା, ଜାହାରୁବ୍ଦିନ୍ ସାହାଜୀ, ସୁନିଲ ସାହୁ, ସେକ୍ ସବିର୍‌, ବୁଧିରାମ ସାହୁ, ଅରୁଣ କୁମାର ବାରିକ, ରମାକାନ୍ତ ଜେନା, ରିହାଜ୍ ଅଲ୍ଲି, ଶରତ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.