Home ଜିଲ୍ଲା ପରିକ୍ରମା ଅଦୈତ ନାୟକ ମେମୋରିଆଲ ଗୋପିନାଥ ଚ୍ୟାଲେଞ୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ରାମେଶ୍ୱର କ୍ରିକେଟ କ୍ଲବ ଓ ଡି.ଆର.କେ....

ଅଦୈତ ନାୟକ ମେମୋରିଆଲ ଗୋପିନାଥ ଚ୍ୟାଲେଞ୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ରାମେଶ୍ୱର କ୍ରିକେଟ କ୍ଲବ ଓ ଡି.ଆର.କେ. ବାରିପଦା ମଧ୍ୟରେ ଫାଇନାଲ ମୁକାବିଲା

9

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ରଘୁନାଥପୁର ପଡିଆରେ ଅନୁଷ୍ଠିତ ଅଦୈତ ନାୟକ ମେମୋରିଆଲ୧୭ତମ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ଶନିବାର ପ୍ରଥମାର୍ଦ୍ଧରେ ଭୁବନେଶ୍ୱର ଜାଗୃତି କ୍ରିକେଟ କ୍ଲବ ଓ ବାରିପଦା ଡି.ଆର.କେ. ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜାଗୃତି ଏକାଦଶ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଦଳ ନିର୍ଦ୍ଧାରିତ ୧୭.୧ ଓଭରରେ ସମସ୍ତ ଉଇକେଟ ହରାଇ ୬୮ ରନ ସ୍କୋର କରିଥିଲା । ବ୍ୟାଟ୍ସମ୍ୟାନ ଅୟୁଷରାଜ ଚୌଧୁରୀ ୪୪ ରନ ଓ ଅଂଶୁମାନ ଆଚାର୍ଯ୍ୟ ୧୭ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ଲୋକନାଥ ୪ ଓଭର ବୋଲିଂ କରି ୧୭ ରନ ବିନିମୟରେ ୫ ଉଇକେଟ ଓ ମନୁରାମ ୪ ଓଭର ବୋଲିଂ କରି ୧୦ ରନ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ବାରିପଦା ଡି.ଆର.କେ. ଏକାଦଶ ୧୭.୨ ଓଭରରେ ୭ ଉଇକେଟ ହରାଇ ୭୯ କରି ବିଜୟୀ ହେବା ସହ ଫାଇନାଲରେ ପ୍ରବେଶ କରିଥିଲା । ଏହି ଦଳର ବ୍ୟାଟ୍ସମ୍ୟାନ ଅମିତାଭ ଦାସ ୪୬ ଓ ସୁବ୍ରତ ସିଂ ୨୩ ରନ ସ୍କୋର କରିଥିଲେ । ପ୍ରତିପକ୍ଷ ବୋଲର ଅନିଲ ନାୟକ ୪ ଓଭର ବୋଲିଂ କରି ୧୫ ରନ ବିନିମୟରେ ୫ ଉଇକେଟ ହାସଲ କରିଥିଲେ । ଯାଜପୁର ଏକାଦଶ ୬ ଉଇକେଟରେ ରନରେ ବିଜୟୀ ହୋଇ ଚାମ୍ପିଅନ ହୋଇଥଲା । ଦ୍ୱିତୀୟାର୍ଦ୍ଧରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ କଟକ ନିମପୁର ଏକାଦଶ ଓ ଭୁବନେଶ୍ୱର ରାମେଶ୍ୱର ସ୍ପୋଟିଂ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

କଟକ ନିମପୁର ଏକାଦଶ ଅଧିନାୟ କଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହି ଦଳ ୧୬.୨ ଓଭର ଖେଳି ସମସ୍ତ ଉଇକେଟ ହରାଇ ୧୧୧ ରନ ସ୍କୋର କରିଥିଲା । ବ୍ୟାଟ୍ସମ୍ୟାନ ଚନ୍ଦନ ୪୨ ରନ ସ ଅବିନାଶ ନାୟକ ୨୦ ରନ ସ୍କୋର କରିଥିଲେ । ପ୍ରତିପକ୍ଷ ବୋଲର ନିରଞ୍ଜନ ଗୌଡ ୪ ଓଭର ବୋଲିଂ କରି ୨୪ ରନ ଦେଇ ୩ ଉଇକେଟ ଓ ଆଶୁତୋଷ ନାୟକ ଓ ନିହାର ଭୂୟାଁ ପ୍ରତ୍ୟେକ ୨ ଉଇକେଟ ହାସଲ କରିଥିଲେ । ଜବାବରେ ରମେଶ୍ୱର ଦଳ ୧୫.୧ ଓଭରରେ ୨ ଉଇକେଟ ହରାଇ ୧୧୪ ରନ କରି ବିଜୟୀ ହେବା ସହ ଫାଇନାଲରେ ପ୍ରବେଶ କରିଥିଲା । ବ୍ୟାଟ୍ସମ୍ୟାନ ଅଶୁତୋଷ ମହାପାତ୍ର ୩୬ ଓ କୃଷ୍ଣଚନ୍ଦ୍ର ବାରିକ ୨୧ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ମହମ୍ମଦ ଡାନିସ ୪ ଓଭର ବୋଲିଂ କରି ୨୮ ରନ ଦେଇ ୧ ଓ ବିକାଶ ପରିଡା ୨ ଓଭର ବୋଲିଂ କରି ୧୦ ରନ ଦେଇ ୧ ଉଇକେଟ ହାସଲ କରିଥିଲେ । ଖଗେଶ୍ୱର ମଲ୍ଲିକ ଓ ଆଶୁତୋଷ ମଲ୍ଲିକ ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥଲେ । ରାକେଶ ବୋଇତାଇ, ଜୟନ୍ତ ନାୟକ ଓ ବିଭୂତି ମାଝୀ ସ୍କୋରର, ବିଷ୍ଣୁ ବୋଇତାଇ, ପ୍ରଦୀପ୍ତ ନାୟକ ଓ ଗୋପବନ୍ଧୁ ମାଝୀ ଧାରାବିବରଣୀ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.