Home ଜିଲ୍ଲା ପରିକ୍ରମା ପଳାସଗଢିଆ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ, ମୂଲ୍ୟବାନ ଛାତ୍ର ଜୀବନର ସଦ୍ ବିନିଯୋଗ କର- ବିଧାୟକ

ପଳାସଗଢିଆ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ, ମୂଲ୍ୟବାନ ଛାତ୍ର ଜୀବନର ସଦ୍ ବିନିଯୋଗ କର- ବିଧାୟକ

6

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଳାସଗଢିଆରେ ଆଜି ବାର୍ଷିକ ଉତ୍ସବ “ଐକମ୍‌” ପାଳିତ ହୋଇଯାଇଛି । ଏଥିରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଛାତ୍ର ଜୀବନ ମୂଲ୍ୟବାନ ଅଟେ,ଏହାକୁ ସଠିକ୍ ଢଙ୍ଗରେ ଉପଯୋଗ କରିପାରିଲେ ଜୀବନର ଲକ୍ଷ୍ୟ ପଥରେ ଆଗେଇ ଯିବା ସହ ଭବିଷ୍ୟତରେ ଭଲ ମଣିଷ ହୋଇପାରିବ । ଆଦର୍ଶ ବିଦ୍ୟାଳୟ ଭିର୍ତ୍ତି ଭୂମିର ବିକାଶ ପାଇଁ ରାଜ୍ୟ ସରକାର ଅନୁଦାନ ମାନ ଯୋଗାଇ ଦେଉଛନ୍ତି,ତେଣୁ ଭଲ ପାଠ ପଢି ଭଲ ମଣିଷ ହେବାକୁ ସେ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଧାୟକ ତାଙ୍କ ହାତ ପାଣ୍ଠିରୁ ଉଜ୍ଜଳ ଆଲୋକ ପାଇଁ ୫ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଘୋଷଣା କରିଥିଲେ । ଶିକ୍ଷକ ଅଶୋକ କୁମାର ମଲ୍ଲିକଙ୍କ ମଞ୍ଚ ସଞ୍ଚାଳନରେ ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ଼ ସଭା ପରିଚାଳନା କରିଥିଲେ ।

ଏଥିରେ ବୈଜ୍ଞାନିକ ତଥା ସଫଳ ଉଦ୍ୟୋଗି ଶେଷଦେବ କିସାନ୍ ତାଙ୍କ ବକ୍ତବ୍ୟରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଛାତ୍ର ଛାତ୍ରୀ ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି ଆଗକୁ ବଢିପାରିଲେ ଲକ୍ଷ୍ୟ ହାସଲ ସହଜ ହୋଇପାରିବ ବୋଲି ସେ କହିଥିଲେ । ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ, ନିଳୋକ ସରପଞ୍ଚ ରଜନୀ ସେଠୀ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ପରିଚାଳନା କମିଟି ସଭ୍ୟ ସୁମତି ସାହୁ, ପ୍ରଫୁଲ୍ଲ ସାହୁଙ୍କ ସମେତ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ସମାଜସେବୀ ସେକ୍ ଜଲାଲୁବ୍ଦିନ୍ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର “ଇନ୍‌ଷ୍ପାରିଆ” କୁ ଅତିଥି ମାନେ ଉନ୍ମୋଚନ କରିଥିବା ବେଳେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଶିକ୍ଷକ ରତିକାନ୍ତ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଶେଷରେ ଶିକ୍ଷୟିତ୍ରୀ ତୃପ୍ତିମୟୀ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ମନୋରଞ୍ଜନ ବଳ, ସମର କୁମାର ପରିଡ଼ା, ନରେନ୍ଦ୍ର ଦାସ, ବିଶ୍ୱରଞ୍ଜନ ମହାନ୍ତି, ବାସୁଦେବ ପହି, ରଶ୍ମୀରଞ୍ଜନ ସାମଲ, ବିଶାଖା ଲେଙ୍କା, ଧୁତିତପା ମଲ୍ଲିକ, ସବିତା ଜେନା, ଅନନ୍ୟା ବିଶ୍ୱାଳ, ଅର୍ପିତା ପଲେଇ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.