Home ଜିଲ୍ଲା ପରିକ୍ରମା ଜଳସମ୍ପଦ ସଚିବଙ୍କ ସହ ବନ୍ୟା ସୁରକ୍ଷା କମିଟିର ଆଲୋଚନା, କଣ୍ଟିଘାଇ ବନ୍ୟା ବିତ୍ପାତ ଓ ବୈତରଣୀ...

ଜଳସମ୍ପଦ ସଚିବଙ୍କ ସହ ବନ୍ୟା ସୁରକ୍ଷା କମିଟିର ଆଲୋଚନା, କଣ୍ଟିଘାଇ ବନ୍ୟା ବିତ୍ପାତ ଓ ବୈତରଣୀ ବାମପାଶ୍ୱର୍ ବିପର୍ଯ୍ୟସ୍ତ ନଦୀବନ୍ଧ ପ୍ରତିକାର ଦାବି

39

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବୈତରଣୀ ନଦୀରେ ଥିବା କଣ୍ଟିଘାଇ ବନ୍ୟା ବିତ୍ପାତ ଓ ନଦୀର ବାମପାଶ୍ୱର୍ ବିପର୍ଯ୍ୟସ୍ତ ନଦୀବନ୍ଧର ସୁଦୃଢିକରଣ ପାଇଁ ଭୁବନେଶ୍ୱର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ରାଜୀବଭବନରେ ବିଭାଗୀୟ ସଚିବ ଅନୁ ଗର୍ଗ ଓ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତିଙ୍କ ସହ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ କମିଟି ସୋମବାର ଆଲୋଚନା କରିଥିବା ଜଣାଯାଇଛି । କମିଟି ପକ୍ଷରୁ ସୁବୋଧ ସାମଲ, ଉପସଭାପତି ନାରାୟଣ ଚନ୍ଦ୍ର ବେହେରା, ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ, ସମାଜସେବୀ ଗୋଲକ ଚନ୍ଦ୍ର ବେହେରା, ଯୁବନେତା ବିଜୟଶଙ୍କର ମହାନ୍ତି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ସମସ୍ୟା ସମ୍ପର୍କରେ ବିସ୍ତ୍ରୃତ ତଥ୍ୟ ଉପସ୍ଥାପନ କରି ବନ୍ୟାଞ୍ଚଳ ଜନସାଧାରଣଙ୍କ ଜୀବନ ଜୀବିକା ସୁରକ୍ଷା ହେବା ଉଚିତ ବୋଲି ମତପୋଷଣ କରିଥିଲେ । ସମସ୍ୟା ସମ୍ପର୍କରେ ସ୍ଥାୟୀ ଓ ଫଳପ୍ରଦ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ବ୍ଲକର ବନ୍ୟାବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଆଖୁଆପଦା ଜଳସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଗତ ନଭେମ୍ବର ୨୯ ତାରିଖ ଠାରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ୫ଦଫା ଦାବି ପୂରଣ ପାଇଁ ଧରଣା ଦିଆଯାଇଥିଲା । ବୈତରଣୀନଦୀର କଣ୍ଟିଘାଇକୁ ସମ୍ପୁର୍ଣ୍ଣ ବନ୍ଦକରାଯିବା, ଆଖୁଆପଦା ଠାରୁ ବୈତରଣୀ ବାମପାଶ୍ୱର୍ ନଦୀବନ୍ଧକୁ କଣ୍ଟିଘାଇ ପର୍ଯ୍ୟନ୍ତ ସଂଯୁକ୍ତ କରାଯିବା, ନଦୀର ବାମପାଶ୍ୱର୍ ନଦୀବନ୍ଧକୁ ଦକ୍ଷିଣପାଶ୍ୱର୍ ସମକକ୍ଷ ଉଚ୍ଚତାରେ ନିର୍ମାଣ କରାଯିବା, ବୈତରଣୀ ନଦୀଶଯ୍ୟାକୁ ସଙ୍କୁଚିତ କରୁଥିବା ନଦୀଗର୍ଭସ୍ଥ ବେଆଇନ ଘେରିବନ୍ଧକୁ ଉଚ୍ଛେଦ କରାଯିବା ଓ ବାମପାଶ୍ୱର୍ ନଦୀବନ୍ଧର ସୁରକ୍ଷା ପାଇଁ ଗାର୍ଡୱାଲ ସହ ପଥରପ୍ୟାକିଂ କରାଯିବା ଆଦି ଦାବି ରଖାଯାଇଥିଲା । ଧାରଣାରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ବିଭାଗୀୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୁରକ୍ଷା କମିଟି ସହ ବିଭାଗୀୟ ସଚିବ ଶ୍ରୀମତୀ ଗର୍ଗ ଓ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ମହାନ୍ତି ମିଳିତ ଭାବେ ଦାବିଗୁଡିକ ସମ୍ପର୍କରେ ଆଲୋଚନା କରିବାକୁ ଖୁବ ଶିଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣାକୁ ସ୍ଥଗିତ ରଖାଯାଇଥିଲା । ତଦନୁଯାୟୀ ଆଜି ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.