Home ଜିଲ୍ଲା ପରିକ୍ରମା ବନ୍ତ ବ୍ଲକ୍‌ରେ ମିଳିତ ଜନ ଶୁଣାଣି ଶିବିର

ବନ୍ତ ବ୍ଲକ୍‌ରେ ମିଳିତ ଜନ ଶୁଣାଣି ଶିବିର

7

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି. ମିଳିତ ଜନଶୁଣାଣି ଶିବିର ଆୟୋଜନ ନେଇ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୮ ତାରିଖ ସୋମବାର ଦିନ ବନ୍ତବ୍ଲକ୍‌ରେ ଯୁଗ୍ମ ଜନାଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ.ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗଦେଇ ସମୁଦାୟ ୪୨ଟି ଅଭିଯୋଗର ଶୁଣାଣି କରିଥିଲେ । ସେଥିମଧ୍ୟରେ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ୩୪ଟି ଓ ସାମୂହିକ ସମସ୍ୟା ୮ଟି ଥିଲା । ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି ସମ୍ବନ୍ଧୀୟ ଆବେଦନକାରୀ ଟିଲୋର ଉପେନ୍ଦ୍ର ସାହୁଙ୍କୁ ମାନସିକ ରୋଗର ଚିକିତ୍ସାପାଇଁ ୬୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ଲାଗି ଜିଲ୍ଲା୍‌ପାଳ ମଞ୍ଜୁର କରିଛନ୍ତି । ଭଦ୍ରକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ବି.ଡ଼ି.ଓ ପ୍ରଦୀପ କୁମାର ସେଠୀ, ତହସିଲଦାର ଅଙ୍କିତା ବାରିକ୍‌, ବନ୍ତବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼ାଇ ପ୍ରମୁଖ ଏହି ଶିବିରରେ ଯୋଗଦେଇ ଅଭିଯୋଗ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଶିବିରରେ ଆଗତ ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଅଭିଯୋଗ ସବୁର ନିୟମାନୁଯାୟୀ ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ ନିମନ୍ତେ ଜିଲ୍ଲାପାଳ ଶିବିରରେ ଉପସ୍ଥିତ ଜିଲ୍ଲା ଓ ଉକ୍ତ ବ୍ଲକ୍ ସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.