Home ଜିଲ୍ଲା ପରିକ୍ରମା ଧାମରାରେ ଡ୍ରାଇଭର ସଂଘର ହରତାଳ, ହିଟ ଏବଂ ରନ ନିୟମକୁ ପ୍ରତ୍ୟାହର କରିବାକୁ ଦାବୀ କଲା...

ଧାମରାରେ ଡ୍ରାଇଭର ସଂଘର ହରତାଳ, ହିଟ ଏବଂ ରନ ନିୟମକୁ ପ୍ରତ୍ୟାହର କରିବାକୁ ଦାବୀ କଲା ସଂଘ

32

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ରାଜ୍ୟରେ ଡ୍ରାଇଭର ସଂଘ ପକ୍ଷରୁ ଚାଲିଥିବା ହରତାଳରେ ଧାମରା ତଥା ଚାନ୍ଦବାଲି ଅଂଚଳର ଡ୍ରାଇଭର ସାମିଲ ଅଛନ୍ତି । ଏହାଫଳରେ ଧାମରା ତଥା ଚାନ୍ଦବାଲି ଅଂଚଳର ଦୈନଦିନ ଯାତାୟତ କରୁଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜନସାଧାରଣ ଙ୍କ ସହଯୋଗ ପାଇଁ ସଂଘ ତରଫରୁ ଧନ୍ୟବାଦ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଧାମରାରେ ବହୁ ଯାତ୍ରୀ କୋଲକାତା ଏବଂ କାନ୍ଥିକୁ ଯାତ୍ରା କରିବାକୁ କେନ୍ଦ୍ରାପଡା ଜିଲ୍ଲାରୁ ଆସି ପୁନଶ୍ଚ େ‘ରିବାକୁ ପଡିଥିଲା । ଧାମରାରୁ ଦୈନଦିନ ଯାତାୟତ କରୁଥିବା ଆର୍ନ୍ତଜିଲ୍ଲା ଏବଂ ଆର୍ନ୍ତରାଜ୍ୟ ବସ ସେବା ସଂପୂର୍ଣ ବାଧାପ୍ରାପ୍ତ ହୋଇଛି ।ଧାମରା ବନ୍ଦରକୁ ଲୁହା ପଥର ନେଇ ଆସିଥିବା ଟ୍ରକ ଗୁଡିକ ମଧ୍ୟ ରାସ୍ତାରେ ଅଟକ ହୋଇ ରହିଛି । ଆଜି କଇଥଖୋଲା ଠାରେ ଡ୍ରାଇଭର ମହାସଂଘର ଏକ ବୈଠକ ବସିଥିବା ବେଲେ କେନ୍ଦ୍ର ସରକାର ଯେଉଁ ନୂତନ ନିୟମ ପ୍ରଣୟନ କରିଛନ୍ତି ହିଟ ଏଣ୍ଡ ରନ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଏହି ହରତାଳ ଜାରୀ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଆଜି ହୋଇଥିବା ଏହି ବୈଠକରେ ଓଡିଶା ଡ୍ରାଇଭର ମହାସଂଘର ଚାନ୍ଦବାଲି ବ୍ଲକ ସଭାପତି ମନୋରଞନ ରାଉତ ସଭାପତିତ୍ୱ କରିଥିବା ବେଳେ ୨ଶହରୁ ଅଧିକ ଡ୍ରାଇଭର ଏହି ବୈଠକରେ ଯୋଗ ଦେଇଥିଲେ । ତୁରନ୍ତ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଏହି ନିୟମକୁ ପ୍ରତ୍ୟାହାର କରିବା ସହ ଡ୍ରାଇଭର ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେମାନଙ୍କ ପାଇଁ ଦରମା ବ୍ୟବସ୍ଥା ସହ ଅନ୍ୟାନ୍ୟ ସମସ୍ତ ସୁବିଧା ଲାଗୁ କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା । ଧାମରା ବନ୍ଦରକୁ ଆସୁଥିବା ବହୁ ଲୁହା ପଥର ବୋଝେଇ ଟ୍ରକ ଗୁଡିକ ରାସ୍ତାରେ ଅଟକ ହୋଇ ରହିଥିବା ବେଳେ ବହୁ ଡ୍ରାଇଭର ମଧ୍ୟ ନିଜର ଟ୍ରକ ଗୁଡିକୁ ଧାମରା ବନ୍ଦର ଅଭିମୁଖେ ନେଇ ଆସୁଥିବା ଦେଖାଯାଇଥିଲା । ଆସୁଥିବା ଟ୍ରକ ର ଚାଳକ ମାନଙ୍କୁ ଡ୍ରାଇଭର ମହାସଂଘ ସେମାନଙ୍କ ସହ ସାମିଲ ହେବା ପାଇଁ ଅନୁରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ମାତ୍ର କେନ୍ଦ୍ର ସରକାର ଏହି ନିୟମୁ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଏହି ହରତାଳ ଜାରୀ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା । ଆଜି ହୋଇଥିବା ବୈଠକରେ ମନୋରଞନ ରାଉତ, ସଞ୍ଜୟ ଦାସ, ବ୍ରହ୍ମାନନ୍ଦ ବାରିକ, ସାନ୍ତନୁ ନାୟକ, ହରିହର ମହାଳିକ, ବିମଳ କୁମାର ମାଇତି,ନିତାଇ କୁମାର ଜାନା, ତପନ ବେରା, ସୁକୁମାର ଗିରି,ମନୋଜ ନାୟକ, ଲକ୍ଷ୍ମୀଧର ମଲିକ,ତପନ ମଣ୍ଡଳଙ୍କ ସମେତ ଶତାଧିକ ଡ୍ରାଇଭର ଏହି ବୈଠକରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.