Home ଜିଲ୍ଲା ପରିକ୍ରମା ଧାମରା ୟୁକୋ ବ୍ୟାଙ୍କ ର ୮୨ତମ ପ୍ରତିଷ୍ଠା ଦିବସ ପାଳିତ

ଧାମରା ୟୁକୋ ବ୍ୟାଙ୍କ ର ୮୨ତମ ପ୍ରତିଷ୍ଠା ଦିବସ ପାଳିତ

5

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଠାରେ ଥିବା ୟୁକୋ ବ୍ୟାଙ୍କର ୮୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନରହରି ମଲିକ ଯୋଗଦେଇ ଧାମରା ଅଂଚଳରେ ୟୁକୋ ବ୍ୟାଙ୍କ ଦୀର୍ଘ ୪୪ବର୍ଷ ହେବ ଧାମରା ଆଠ ପଂଚାୟତ ରେ ସେବା ଯୋଗାଇବା ସହ ସମସ୍ତ ଗ୍ରାହକ ମାନଙ୍କ ସହ ସୁସମ୍ପର୍କ ସ୍ଥାପନା କରିଆସିବା ସହ ସବୁବେଳେ ଗ୍ରାହକଙ୍କୁ କିପରି ସେବା ଯୋଗାଇଲେ ଆଗାମୀ ଦିନରେ ବ୍ୟାଙ୍କ ସହ ବାଣିଜ୍ୟିକ ସମ୍ଭନ୍ଧ ବଢିପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ଏହି ବ୍ୟାଙ୍କ ର ପରିସୀମା ବ୍ୟାପକ କରାଯିବା ଉଚିତ ବୋଲି ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଜିର ଏହି ଦିବସରେ ଶାଖା ପରିଚାଳକ ଦୀପକ କୁମାର ପରିଡା ସଭାଟିକୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ୟାଙ୍କ ଶାଖାର ସତ୍ୟଶିବ ପଣ୍ଡା, ଶୁଭଙ୍କର ମିଶ୍ର, ସୌମ୍ୟରଞନ ବିଶ୍ୱାଳ, ପ୍ରତାପ କୁମାର ବେହୁରା, ଅମୁଲ୍ୟ କୁମାର ବେହୁରା,ସସ୍ମିତା ନାୟକ, ପଦ୍ୱୀପ ନାୟକ, ସୁବାଶ ମହାଳିକ ସମାଜସେବୀ ପିତାମ୍ବର ଦାସ,ନରହରି ମଲିକ, ସଦାନନ୍ଦ ବିଶ୍ୱାଳ, ଖଗେଶଯବର ନାୟକ, ଭାଗିରଥି ସାମଲ, ଚନ୍ଦ୍ରକାନ୍ତ ବଳ, ଶରତ ମଳିକ ଙ୍କ ସମେତ ବହୁ ଗ୍ରାହକ ଯୋଗ ଦେଇ ବ୍ୟାଙ୍କ ଯୋଗାଇ ଦେଉଥିବା ସେବା ବିଷୟରେ ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ସେମାନେ ବ୍ୟାଙ୍କ ସହ ଓତପ୍ରୋତ ଭାବରେ ଜଡିତ ରହିବା ସହ ବ୍ୟାଙ୍କ କାରବାରେ ସହାୟକ ହେବେ ବୋଲି ମଧ୍ୟ ବକ୍ତବ୍ୟ ରଖିଥିଲେ । ଶେଷରେ ସହକାରୀ ପରିଚାଳକ ଶୁଭଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.