ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ଭଦ୍ରକ ସାବରଙ୍ଗସ୍ଥିତ ଗୋରାମାଟି ପଂଚାୟତର ତୋରଣପଦା ପୈତୃକ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି । ଭୁବନେଶ୍ୱର ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ୭ ଜଣ ଡିଏସ୍ପିଙ୍କ ନେତୃତ୍ୱରେ ୫ ଜଣ ଇନ୍ସିପେକ୍ଟର, ୮ ଜଣ ଏଏସ୍ଆଇ ଇଂ ପାଣିଗ୍ରାହୀଙ୍କ ଭୁବନେଶ୍ୱର ଭିଏସ୍ ନଗରରେ ଥିବା ବିଲ୍ଡିଂ ଜିଏଲ୍ ୭୩ ପ୍ଲଟ୍ ର ୯୫୦୫ ନଂ ସମେତ ରୁଦ୍ରପୁର ଆସୋଟେକ୍ ପ୍ରାଇଡ୍ରେ ଥିବା ଫ୍ଲାଟ୍ରେ ମଧ୍ୟ ଚଢାଉ ହୋଇଛି । ଏଥିସହ ଭଦ୍ରକ ସହରର ମଠସାହିରେ ଥିବା ତାଙ୍କ ବିଲ୍ଡିଂରେ ମଧ୍ୟ ଏହି ଚଢାଉ ହୋଇଛି । ଏଠାରେ ସୂଚନାଯୋଗ୍ୟ ଭୁବନେଶ୍ୱର ଭିଜିଲାନ୍ସ ବିଭାଗର ସ୍ପେଶାଲ ଜଜ୍ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତି ମୂଳେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ ଏହି ଚଢାଉ ନିର୍ଦ୍ଦେଶ ଦେଇଛନ୍ତି ।