Home ଜିଲ୍ଲା ପରିକ୍ରମା ସପ୍ତମାତୃକା ବେଶ ପାଇଁ ପ୍ରସ୍ତୁତି ପଥେ ମା’ ଭଦ୍ରକାଳୀ ପୀଠ

ସପ୍ତମାତୃକା ବେଶ ପାଇଁ ପ୍ରସ୍ତୁତି ପଥେ ମା’ ଭଦ୍ରକାଳୀ ପୀଠ

31

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସପ୍ତ ଦିବସ ବ୍ୟାପୀ ମହାଯଜ୍ଞ ଓ ମା’ ଭଦ୍ରକାଳୀଙ୍କର ସପ୍ତ ମାତୃକା ବେଶ ପାଇଁ ପୀଠରେ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଆସନ୍ତା ୧୨ ତାରିଖ ଠାରୁ ମା’ଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ ସହିତ ସପ୍ତ ଦିବସ ବ୍ୟାପୀ ମା’ ସପ୍ତ ମାତୃକା ବେଶରେ ସଜ୍ଜିତ ହୋଇ ବିଭିନ୍ନ ରୀତିନୀତିରେ ପୂଜା ପାଇବେ । ମହାଯଜ୍ଞର ଶୁଭାରମ୍ଭ ତିଥିରେ ପବିତ୍ର ସାଳନ୍ଦୀ ନଦୀର ଆହରପଦା ଘାଟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଦ୍ୱାରା ବିଭିନ୍ନ ବାଦ୍ୟ-ସଂକୀର୍ତ୍ତନ ସହ ଏକ ବିଶାଳ ମାନସିକଧାରୀ ଭକ୍ତମାନେ କଳସ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ନିଜର ନାମକୁ ପଞ୍ଜିକରଣ କରିବାରେ ଲାଗିଛନ୍ତି । ମା’ଙ୍କର ସପ୍ତ ମାତୃକା ବେଶ ନିମନ୍ତେ ମନ୍ଦିରରେ ରଙ୍ଗ ପ୍ରଲେପନ କାର୍ଯ୍ୟ, ଆଲୋକ ସଜ୍ଜା ଓ ତୋରଣ କାର୍ଯ୍ୟ ଆରମ୍ଭ ହୋଇଛି । ମହାଯଜ୍ଞର ଆହୁତି ନିମନ୍ତେ ଯଜ୍ଞ ମଣ୍ଡପକୁ ସଜ୍ଜିତ କରାଯାଉଛି । ସପ୍ତ ମାତୃକା ବେଶ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସେବାୟତ ତଥା ଗ୍ରାମବାସୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ବିଭାଗରେ ଦାୟିତ୍ୱ ବଣ୍ଟନ କରାଯାଇଛି । ଭକ୍ତମାନଙ୍କର ସୁବିଧା ଦୃଷ୍ଟିରୁ ମା’ଙ୍କ ପୀଠରେ ଶାନ୍ତି ଶୃଙ୍ଖଳା ରକ୍ଷା, ଆଲୋକ ବ୍ୟବସ୍ଥା, ପାନୀୟ ଜଳ, ପରିମଳ, ରାସ୍ତା ମରାମତି, ପୂଜା ରୀତିନୀତି ବିଷୟରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସପ୍ତ ମାତୃକା ବେଶର ପ୍ରଥମ ଦିବସରେ ମା’ଙ୍କର ବେଦମାତା ବେଶ, ଦ୍ୱିତୀୟ ଦିବସରେ ମହାକାଳୀ ବେଶ, ତୃତୀୟ ଦିବସରେ ରାଜରାଜେଶ୍ୱରୀ, ଚତୁର୍ଥ ଦିବସରେ ମା’ଙ୍କର ସିଂହବାହିନୀ ବେଶ, ପଞ୍ଚମ ଦିବସରେ ଜଗଦ୍ଧାତ୍ରୀ ବେଶ, ଷଷ୍ଠ ଦିବସରେ ମହାଲକ୍ଷ୍ମୀ ବେଶରେ ପୂଜା ପାଇବାକୁ ଥିବା ବେଳେ ଅନ୍ତିମ ଦିବସରେ ମହାଲକ୍ଷ୍ମୀ ବେଶ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ତରଫରୁ ପ୍ରକାଶ କରାଯାଇଛି । ମହାଯଜ୍ଞର ସପ୍ତସତୀ ଚଣ୍ଡୀପାଠ, ନାମ ସଂକୀର୍ତ୍ତନ, ଗୀତାପାଠ, ଭାଗବତ ପାଠ ଆଦି ବିଭିନ ଆଧ୍ୟାତ୍ମିକ କାର୍ଯ୍ୟ ସପ୍ତ ଦିବସ ବ୍ୟାପୀ ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ଜୋର୍‌ସୋର୍ ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.