Home ଜିଲ୍ଲା ପରିକ୍ରମା ପ୍ରାଚୀର ପତ୍ରିକା ସହୋଦରର ୯ମ ସଂସ୍କରଣ ଲୋକାର୍ପିତ

ପ୍ରାଚୀର ପତ୍ରିକା ସହୋଦରର ୯ମ ସଂସ୍କରଣ ଲୋକାର୍ପିତ

67

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନୂଆବଜାର ପୋଷ୍ଟ ଅଫିସ୍ ଛକ ସ୍ଥିତ ଋତୁରାଜ ‘ଟି’ ଷ୍ଟଲ୍‌ଠାରେ ପାକ୍ଷିକ ପ୍ରାଚୀରପତ୍ରିକା ‘ସହୋଦର ସାହିତ୍ୟାୟନ’ର ୯ମ ସଂସ୍କରଣ ଆଜି ଲୋକର୍ପିତ ହୋଇଯାଇଛି । ଅବସରପ୍ରାପ୍ତ ଅଧ୍ୟକ ତଥା ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଏହାର ଉଦ୍‌ଘାଟନ କରିଥିଲେ । ସାହିତ୍ୟ ଜଗତରୁ ବହୁ ପତ୍ର ପତ୍ରିକା ମାତ୍ର କେତୋଟି ସଂସ୍କରଣ ପରେ ବନ୍ଦ ହୋଇଯାଉଥିବା ବେଳେ ‘ସହୋଦର ସାହିତ୍ୟାୟନ’ ତା’ର ନଜସ୍ୱ ସ୍ୱତନ୍ତ ପରିଚୟକୁ ଜାବୋଡ଼ି ଧରି ସ୍ଥିତି ବଜାୟ ରଖିବା ଆଗମୀ ସାହିତ୍ୟ ପିଢ଼ିଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ବୋଲି କହିଥିଲେ । ଅନ୍ୟତମ ଅତିଥି ଅଧ୍ୟାପକ ନୀହାର ରଂଜନ କର ବିଭିନ୍ନ ପତ୍ରପତ୍ରିକାଠାରୁ ଏହି ପ୍ରାଚୀର ପତ୍ରିକାଟି ଏକ ସ୍ୱତନ୍ତ୍ର ଧରଣର ବୋଲି କହିବା ସହିତ ଉକ୍ତ ପତ୍ରିକାର ମୁଦ୍ରଣ ଓ ପରିଚ୍ଛନ୍ନତା ପାଇଁ କଳା ସଂପାଦକ ଚୂଡ଼ାମଣି ଦାସ ତଥା ପତ୍ରିକାର ସଂପାଦନା ବିଭାଗକୁ ଭୂୟସୀ ପ୍ରଶଂସା କରିଥିଲେ । ପତ୍ରିକାର ସମ୍ପାଦିକା ସୁଜାତା ରାଉତ ଏବଂ ପ୍ରକାଶକ ଅଶୋକ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ କବି ପ୍ରମୋଦ ରାୟ, କବୟିତ୍ରୀ ଗୀତାରାଣୀ ଆଇଚ, କବି ଗୌରାଙ୍ଗ ବାରିକ୍‌, ଲିପ୍‌ସା ସାହୁ, ଦିପ୍ତୀମୟୀ ସାହୁ, ରତିକାନ୍ତ ବେହେରା, ସସ୍ମିତା ସାହୁ, ରୂପକ ବିହାରୀ ରାୟ, ତପନ କୁମାର ମିଶ୍ର, ବିଚିତ୍ରାନନ୍ଦ ଜେନା, ପ୍ରୀତିଲତା ପଣ୍ଡା, ଡ. ଅବନୀ ପ୍ରଧାନ, କିଶୋର ସାହୁ, ବର୍ଷାରାଣୀ ବେହେରା, ବସନ୍ତ କୁମାର ପାତ୍ର, ଦମୟନ୍ତୀ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ପତ୍ରିକାର ଚଳିତ ସଂସ୍କରଣରେ ଅମିୟବାଳା ରାଉତ, ସ୍ମୃତି ବାନାର୍ଜୀ, ମାନସୀବାଳା ସୂତାର, ସରୋଜିନୀ ନାୟକ, ସଂଯୁକ୍ତା ବଳ, ଅଭୟ ସୂତାର, ମୁକ୍ତିକାନ୍ତ ମଲ୍ଲିକ, ବିଜୟ କୁମାର ବହଳୀ, ଗୀତାଞ୍ଜଳୀ ମହାରଣା, ମୋନାଲିସା ସାହୁ, ମନୋରଂଜନ ମୁଦୁଲି, ବନଲତା ପାଢ଼ୀ, ବର୍ଷାରାଣୀ ବେହେରା, ଅଂଶୁମାନ ସ୍ୱାଇଁ, ଉଦୀପ୍ତ ବହଳୀ ପ୍ରମୁଖଙ୍କ କବିତା ସ୍ଥାନିତ ହୋଇଥିବାରୁ ସୃଜନୀ ସଂପାଦକ କିଶୋର ପାଣିଗ୍ରାହୀ ଓ ସହସମ୍ପାଦକ ଋତୁରାଜ ଅକ୍ଷୟ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.