Home ଜିଲ୍ଲା ପରିକ୍ରମା କରଞ୍ଜମାଳ ଏବଂ କରଣପଲ୍ଲୀ ପଂଚାୟତରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

କରଞ୍ଜମାଳ ଏବଂ କରଣପଲ୍ଲୀ ପଂଚାୟତରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

20

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କରଞ୍ଜମାଳ ଏବଂ କରଣପଲ୍ଲୀ ପଂଚାୟତରେ ରାଷ୍ଟ୍ର ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଅମରବୀର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ୱେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ କରଞ୍ଜମାଳ ଏବଂ କରଣପଲ୍ଲୀ ପଂଚାୟତରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମାଟିକୁ ପ୍ରଣାମ ଏବଂ ବୀରଙ୍କୁ ବନ୍ଦନା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଆଜିର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଧାମରାଇ ମଣ୍ଡଳର ଯୁବ ମୋର୍ଚା ସଭାପତି ତ୍ରିଦିବେଶ ପ୍ରଧାନ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୌରମୋହନ ଦାସ, ଦେବାଶିଷ ବେହୁରା, ସତ୍ୟରଞ୍ଜନ ଦାସ, ରମାକାନ୍ତ ମଲିକ,ଲକ୍ଷ୍ମୀଧର ପରିଡା, ରଞ୍ଜନ କୁମାର ମାଝୀ,ଜଗବନ୍ଧୁ ମାଝୀ, ଗଙ୍ଗାଧର ନାୟକ,ପ୍ରଦୀପ ମାଝୀ, ଗୋବିନ୍ଦ ମହାନ୍ତି, ଅଜୟ ତରାଇଙ୍କ ସହ ବହୁ ଯୁବଗୋଷ୍ଠୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଘର ଘର ବୁଲି ମାଟି ସଂଗ୍ରହ କରିଥିବା ସହ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ଉପରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.