ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସଭାକକ୍ଷରେ ସମ୍ପାଦକ ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଚନ୍ଦ୍ରଯାନ-୩ର ସଫଳତା ପଛରେ ଥିବା ଇସ୍ରୋ ବୈଜ୍ଞାନିକ ମାନଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସା ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ମୁଖ୍ୟ ଅତଥି ଭାବେ ସମାଜସେବୀ ସୁଧାକାର ରାଉତ, ମୁଖ୍ୟବକ୍ତା ଭାବେ ଅଧିବକ୍ତା ମନୋରଞ୍ଜନ ମହାନ୍ତି, ସମ୍ମାନିତ ଅତିଥି ଭାବେ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର, ଗବେଷକ ଶିଶିର ମହାପାତ୍ର ଓ ସମାଜସେବୀ ନାରାୟଣ ଜେନା ଯୋଗ ଦେଇ ଇସ୍ରୋ ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ପ୍ରଥମଥର ପାଇଁ ଅବତରଣ କରାଇପାରିଥିବାରୁ ସେମାନଙ୍କୁ ଭୂୟସୀ ପ୍ରଶଂସାକରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଇସ୍ରୋ ବୈଜ୍ଞାନିକମାନଙ୍କର ଅଦମ୍ୟ ଚେଷ୍ଟା ଓ ଏକାଗ୍ରତା ପାଇଁ ଆମ ଦେଶ ଭାରତ ଏତେ ବଡ଼ ଗୌରବର ଅଧିକାରୀ ହୋଇପାରିଲା ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଉକ୍ତ ଉତ୍ସବରେ ଗାନ୍ଧୀ ବାଳାଶ୍ରମର ପ୍ରାକ୍ତନ ଅଧୀକ୍ଷକ ହୃଷିକେଶ ମହାନ୍ତି, ସାହିତ୍ୟିକ କୈଳାସ ଦାସ, ସମାଜସେବୀ ପ୍ର‘ୁଲ୍ଲ ଦାସ, ନରେନ୍ଦ୍ର କୁମାର ମହାପାତ୍ର, ଶିକ୍ଷକ ଅଶୋକ ସାହୁ, ବ୍ୟଙ୍ଗକବି ବିଜୟ କୁମାର ବହଳି, ଅଶୋକ ଦାସ, ସୁଧାଂଶୁ ଶେଖର ମହାନ୍ତି, ଶ୍ରୀମତି ଝରଣା ଦାସ ଓ ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ପ୍ରମୁଖ ଯୋଗ ଦେଇଥିଲେ । ସଭାର ପ୍ରାରମ୍ଭରେ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର ବେଦପାଠ କରିଥିଲେ ଏବଂ ଆଶ୍ରମର ଅନ୍ତେବାସୀ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ । ପରିଶେଷରେ ହୃଷିକେସ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।