Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଲେଖିକା ସଂସଦ ପକ୍ଷରୁ କବି ସ୍ୱର୍ଗତ ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭଦ୍ରକ ଜିଲ୍ଲା ଲେଖିକା ସଂସଦ ପକ୍ଷରୁ କବି ସ୍ୱର୍ଗତ ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

21

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଲେଖିକା ସଂସଦ ଦ୍ୱାରା ଆୟୋଜିତ ସଭାରେ ବରେଣ୍ୟ କବି ଜୟନ୍ତ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ସହ ତାଙ୍କର ଜୀବନୀ ଓ ସାରସ୍ୱତ କୃତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ୯୫ ବର୍ଷରେ ଗତକାଲି ପରଲୋକ ଗମନ କରିଥିବା କବି ଜୟନ୍ତ ମହାପାତ୍ରଙ୍କ ଅବର୍ତ୍ତମାନ ଯେ ଉଭୟ ବିଶ୍ୱସ୍ତରୀୟ ତଥା ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଥିଲା । ତାଙ୍କ ତିରୋଧାନରେ ଏକ ଯୁଗର ଅବସାନ ଘଟିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଲେଖିକା ଝରଣା ପଟ୍ଟନାୟକ ସଭାପତିତ୍ୱ କରିବା ସହ, ଲେଖିକା ଡଃ ରାଧାରାଣୀ ମହାପାତ୍ର, କବି ଡଃ ପ୍ରଭାତ ନଳିନୀ ମହାପାତ୍ର, ଡଃ ସୁକାନ୍ତୀ ମହାପାତ୍ର, ଗୀତାରାଣୀ ଆଇଚ, ସରୋଜିନୀ ମହାପାତ୍ର, ପ୍ରଣତି ମଲ୍ଳିକ, ପ୍ରୀତିଲତା ପଣ୍ଡା, ସୁରଜିତା ନାୟକ, ପ୍ରେମଲତା ଦାଶ, ରଶ୍ମିରେଖା ପରମାଣିକ ପ୍ରମୁଖ ଉପସ୍ଥିତ ରହି କବିଙ୍କର ଅମର କୀର୍ତ୍ତି ସମ୍ବନ୍ଧରେ ସବିଶେଷ ଆଲୋଚନା କରିଥିଲେ । ଭଦ୍ରକ ଇନରହୁଇଲ କ୍ଳବର ସଦସ୍ୟାମାନେ ମଧ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.