Home ଜିଲ୍ଲା ପରିକ୍ରମା କେନାଲ ବନ୍ଧରେ ଘାଇ ସମ୍ଭାବନା

କେନାଲ ବନ୍ଧରେ ଘାଇ ସମ୍ଭାବନା

38

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଖୁଆପଦା ଠାରୁ ଭଦ୍ରକ ପର୍ଯ୍ୟନ୍ତ ଯାଇଥିବା ହାଇଲେବୁଲ କେନାଲବନ୍ଧ ରାସ୍ତା ବିଭିନ୍ନ ସ୍ଥାନରେ ଏବେ ଜରାଜୀର୍ଣ୍ଣ ହୋଇପଡିଛି । ଅନେକ ସ୍ଥାନରେ ପିଚ ଉଠି ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାବେଳେ ମୋରମ୍ ବାଲି ଧୋଇଯାଇ ବନ୍ଧ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇଛି । ଏପରିକି ଏହି ବନ୍ଧ ରାସ୍ତାର ପର୍ବତୀ ସାଇଫନ ନିକଟରେ ଏବେ ଏକ ବିରାଟ ଘାଇ ହେବାର ସମ୍ଭାବନା ରହିଛି । କେନାଲ ନିକଟରେ ଥିବା ଚାଷଜମିକୁ ପାଣି ଯିବାପାଇଁ ଏଠାରେ ଏକ କଲଭର୍ଟ ରହିଥିବାବେଳେ ଏହା ପ୍ରାୟ ୨/୩ ବର୍ଷରୁ ଅଧିକ ହେବ ଦୁର୍ବଳ ହୋଇଗଲାଣି । ଜଳସଂପଦ ବିଭାଗ ପକ୍ଷରୁ ଏହାକୁ ପ୍ରତିବର୍ଷ ମରାମତି କରାଯାଉଥିଲେ ସୁଦ୍ଧା କିଛିଦିନ ବ୍ୟବଧାନ ପରେ କଲଭର୍ଟ ସ୍ଥାନ ପୁଣି ଉଠିଯାଉଛି । ଚଳିତବର୍ଷ ଏହି ସ୍ଥାନରେ ବିରାଟ ମାଟି ଅତଡା ଖସିଯାଇଥିବାବେଳେ କେନାଲବନ୍ଧ ଗୋଟିଏ ପାଶ୍ୱର୍କୁ ଦବି ଯାଇଥିଲା । ଅନେକ ଦିନ ବିପଦ ସଂକୁଳ ଅବସ୍ଥାରେ ରହିବା ପରେ ଠିକାଦାର ଜରିଆରେ ମରାମତି କରାଯାଇଥିଲା । ଲଗାତର ବର୍ଷା ହେବା କାରଣରୁ ଏହା ଜରାଜୀର୍ଣ୍ଣ ହୋଇଯାଇଛି । ଏହି ରାସ୍ତାଟି ପାଣି କାଦୁଅରେ ପୂର୍ଣ୍ଣ ହୋଇଯାଇଥିବାବେଳେ ସ୍ଥାନୀୟ ବାସିନ୍ଦାଙ୍କର ଗମନାଗମନରେ ଘୋର ବାଧା ସୃଷ୍ଟି କରୁଛି । ବନ୍ଧ ଦବୁଥିବାରୁ ସାଇକେଲ୍‌, ମୋଟର ସାଇକେଲ୍ ଆରୋହୀମାନେ ଯାତାୟତ କରିବା ନିହାତି କଷ୍ଟକର ହୋଇପଡୁଛି । ଖରିଫ ଚାଷ ପାଇଁ କେନାଲ ଏବେ ଜଳପୂର୍ଣ୍ଣ ଥିବାବେଳେ ବିପଦ ସଂକୁଳ କଲଭର୍ଟ ସ୍ଥାନରେ ଘାଇ ସୃଷ୍ଟି ହୋଇପାରେ ବୋଲି ମତପ୍ରକାଶ ପାଇଛି । ଏଥିପ୍ରତି ଆଖୁଆପଦା ଜଳସଂପଦ ବିଭାଗ ଯନ୍ତ୍ରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.