Home ଜିଲ୍ଲା ପରିକ୍ରମା ରକ୍ତଦାନ ପାଇଁ ଭାରତଭ୍ରମଣ କାରୀଙ୍କୁ ଭଦ୍ରକ ମହିଳା ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା

ରକ୍ତଦାନ ପାଇଁ ଭାରତଭ୍ରମଣ କାରୀଙ୍କୁ ଭଦ୍ରକ ମହିଳା ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା

92

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରକ୍ତଦାନ-ମହତ ଦାନ ବାର୍ତ୍ତାକୁ ସାରା ଦେଶରେ ପହଞ୍ଚାଇବାକୁ ସାଇକେଲ ଦ୍ୱାରା ସାରା ଭାରତ ଭ୍ରମଣ ଅଭିନବ ପ୍ରୟାସ କରିଥିବା ଶ୍ରୀଯୁକ୍ତ ଜୟଦେବ ରାଉତଙ୍କୁ ଭଦ୍ରକ ମହିଳା ମହାବିଦ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି । ଭଦ୍ରକ ଜିଲ୍ଲା ତିହିଡି ଜନ୍ମିତ ଏକ କଲିକତାରେ ବାସକରୁଥିବା ଶ୍ରୀଯୁକ୍ତ ରାଉତ ହରିଆନା,ପଞ୍ଜାବ,ଦିଲ୍ଳୀ,ଉତ୍ତରପ୍ରଦେଶ,ଛତିଶଗଡ,ଆସାମ,ମିଜୋରାମ,ମଣିପୁର,ଅରୁଣାଚଳ ପ୍ରଦେଶ ଗତବର୍ଷ୧ଅକୋ୍ଟବରଠାରୁ ସାଇକେଲରେ ଭ୍ରମଣ କରିଥିବାବେଳେ ଦକ୍ଷିଣ ଭରତରେ ତେଲେଙ୍ଗାନା,ଆନ୍ଧ୍ରପ୍ରଦେଶ,କଣ୍ଣାଟକ ଇତ୍ୟାଦି ଭିନ୍ନଭିନ୍ନ ସ୍ଥାନରେ ଯୁବ ସମର୍ଥକଙ୍କ ମାନଙ୍କୁ ଅତିକମରେ ବର୍ଷରେ ଥରେ ରକ୍ତଦାନ କଲେ ରକ୍ତ ଅଭାବରୁ ଦେଶରେ କେହି ମୃତ୍ୟୁବରଣ କରିବେ ନାହିଁ ପ୍ରେରଣାତ୍ମକ ବାର୍ତ୍ତାପ୍ରଦାନ କରିଛନ୍ତି । ଓଡ଼ିଶାରେ ବିଭିନ୍ନ ଜିଲ୍ଲା ପରିକ୍ରମା ପରେ ଭଦ୍ରକ ମହିଳା ମହାବିଦ୍ୟାଳୟରେ ପହଞ୍ଚିଥିବା ଶ୍ରୀଯୁକ୍ତ ରାଉତଙ୍କୁ ଅଧ୍ୟକ୍ଷ ନୀଳଗୀରି ସାହୁ ବାବୁଙ୍କ ସଭାପତିତ୍ୱରେ ଶତାଧିକ ଛାତ୍ରୀଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା ଦିଆଯାଇଛି ।ଭଦ୍ରକ ଜିଲ୍ଲା ରକ୍ତଦାନ ପରାମର୍ଶଦାତା ସମ୍ପାଦକ ସଂଗ୍ରାମ କିଶୋର ମହାନ୍ତି ସଭାରେ ପରିଚୟ କରାଇଥିବାବେଳେ ରକ୍ତଦାନର ବିଭିନ୍ନ ଉପଯୋଗୀତା ବିଷୟ ବର୍ଣ୍ଣନା କରିଥିଲେ । କଲେଜ ୟୁଥ୍ ରେôଡ଼କ୍ରସ୍ ଦ୍ୱାରା ଆଯୋଜିତ ପ୍ରଗ୍ରାମ ଅଫିସର ଶୁଭଶ୍ରୀ ବେହେରା ଉପସ୍ଥିତ ଅଧ୍ୟାପିକା ଅଧ୍ୟାପକଙ୍କୁ ସଭାର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.