Home ଜିଲ୍ଲା ପରିକ୍ରମା ଟୋଲ ଗେଟରେ ଛଟେଇ କର୍ମଚାରୀଙ୍କ ଧାରଣା

ଟୋଲ ଗେଟରେ ଛଟେଇ କର୍ମଚାରୀଙ୍କ ଧାରଣା

21

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆ ଟୋଲଗେଟ ସମ୍ମୁଖରେ ଛଟେଇ କର୍ମଚାରୀମାନେ ପୁନଃ ନିଯୁକ୍ତି ଦାବିରେ ଶନିବାର ଧାରଣା ଦେଇଥିବା ଜଣାଯାଇଛି । ଏହି ସ୍ଥାନରେ ରାଜପଥ ଟୋଲ ଗେଟ ଆରମ୍ଭ ସମୟରୁ କର୍ମଚାରୀ ଭାବେ କାର୍ଯ୍ୟରତ ସ୍ଥାନୀୟ ଅଞ୍ଚଳର ୩୫ ଜଣଙ୍କୁ ଟୋଲଗେଟର ୨ୟ ଠିକାସଂସ୍ଥା ଛଟେଇ କରିଥିଲେ । ସ୍ଥାନୀୟ ବୁଦ୍ଧିଜୀବି, ଠିକାସଂସ୍ଥା ଓ ଛଟେଇ କର୍ମଚାରୀଙ୍କ ମଧ୍ୟରେ ବୁଝାମଣା ପରେ ୨୯ଜଣ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିଲା । ଅନ୍ୟ ୬ଜଣଙ୍କୁ ଏଡାଇ ଦିଆଯାଇଥିଲା । ଏହାର ପ୍ରତିବାଦରେ ୬ଜଣ ଛଟେଇ କର୍ମଚାରୀ ଗତ ମଇ ମାସରେ ଟୋଲଗେଟ ସମ୍ମୁଖରେ ଧାରଣା ଦେଇଥିଲେ । ଟୋଲଗେଟ ଠିକାସଂସ୍ଥା ପକ୍ଷରୁ ଏକ ମାସ (ଜୁନ ୧୦ ତାରିଖ) ସୁଦ୍ଧା ପୁନଃନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ମାତ୍ର ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରାଯାଇନଥିଲା । ଫଳରେ ଶନିବାର ଛଟେଇ କର୍ମଚାରୀ ଅଭିଷେକ ଦେ, ଜଗନ କୁମାର ଜେନା, ଜିତେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ୬ଜଣ ଟୋଲଗେଟ ସମ୍ମୁଖରେ ଧାରଣା ଦେଇଥିବା ଜଣାଯାଇଛି । ଖବର ପ୍ରସ୍ତୁତ ସମୟ ପର୍ଯ୍ୟନ୍ତ ଧାରଣାରତ କର୍ମଚାରୀଙ୍କ ସହ କୌଣସି ଆଲୋଚନା ହୋଇନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.