ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତି,ଧର୍ମ,ବର୍ଣ୍ଣ,ଲିଙ୍ଗ ଓ ବିଭିନ୍ନ ପ୍ରକାରର ଭେଦ ଭାବ ମଧ୍ୟରେ ମଣିଷ ଭଳି ମଣିଷ ହୋଇ ବଞ୍ଚିବା ପାଇଁ ସାଧାରଣ ଜନତାଙ୍କୁ ମାନବୀକ ଅଧିକାର କର୍ମୀମାନେ ସେବା ଓ ସମର୍ପଣ ଭାବ ରଖି କାର୍ଯ୍ୟ କଲେ ସମାଜ ସେମାନଙ୍କୁ ସବୁଦିନ ପାଇଁ ମନେ ରଖିବ । ବର୍ତ୍ତମାନ ସମୟରେ ସରକାରୀ କିମ୍ବା ବେସରକାରୀ କ୍ଷେତ୍ରରେ ସାଧାରଣ ଜନତା ବିଭିନ୍ନ ଶୋଷଣରେ ଶିକାର ହେଉଥିବା ବେଳେ ସେମାନଙ୍କ ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି । ଏହି ଅନ୍ୟାୟ ବିରୋଧରେ ମାନବିକ ଅଧିକାର ସଂସଗଠନ ନିରନ୍ତର ସେବା ଯୋଗାଇ ଦେବାକୁ ଆଜିର ରାଜ୍ୟ ସମ୍ମିଳନୀରେ ମତ ପୋଷଣ କରିଥିଲେ ଅତିଥି । ଜିଲ୍ଲା ସଭାପତି ନିର୍ମଳ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ସଭାରେ ଆଇନଜୀବୀ ଉପେନ୍ଦ୍ର ରାଉଳ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ ମାନବିକ ଅଧିକାର କର୍ମୀମାନେ ସେବା ସମର୍ପଣ ଭାବ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ ରଞ୍ଜନ କେରକେଟା, ଅନ୍ୟତମ ଅତିଥି ଭାବେ ଅବସର ପ୍ରାପ୍ତ ବିଚାରପତି ନରେନ୍ଦ୍ର କୁମାର ପ୍ରଧାନ,ଜିଲ୍ଲା ଓକିଲ ସଂଘ ସଭାପତି ନିରାକର ଜେନା,ମାନବ ଅଧିକାର ସାମୁଖ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଭାରତୀ,ରାଷ୍ଟ୍ରୀୟ ସଭାପତି ବୀରେନ୍ଦ୍ର କୁମାର ଶର୍ମା ପ୍ରମୁଖ ମଞ୍ଚାସିନ ହୋଇ ଏକଛତ୍ର ବାଦୀ ବା ଗଣତାନ୍ତ୍ରୀକ ରାଷ୍ଟ୍ର ହେଉ ମାନବ ଜାତି ସମାନ,ବିଶ୍ୱକୁ ସମାନ ଅଂଶିଦାର ଭାବେ ନିଜେ ବଞ୍ଚିବା ସହିତ ଅନ୍ୟ ମାନଙ୍କୁ ବଞ୍ଚିବା ପାଇଁ ନିରନ୍ତର ଅନ୍ୟାୟ ବିରୋଧରେ ସ୍ୱର ଉତ୍ତଳନ କରି ମାନବୀକ ଅଧିକାରକୁ ସାବ୍ୟସ୍ଥ କରିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଅତିଥିଙ୍କ ଦ୍ୱାରା ବାର୍ଷିକ ମୁଖପତ୍ର ‘ମୋ ଅଧିକାର’ ଲୋକାର୍ପିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତପନ କୁମାର ପତି,ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ଲଲାଟେନ୍ଦୁ ମହାନ୍ତି,ଅବସର ପ୍ରାପ୍ତ ପରୀକ୍ଷା ନିୟନ୍ତ୍ରକ ଅଟଳ ବିହାରୀ ନାୟକ,ବରିଷ୍ଠ ଆଇନଜୀବୀ ଦେବାଶିଷ ସାମଲ,ସମ୍ପାଦକ ପ୍ରସନ୍ନ କୁମାର ପ୍ରଧାନ,ସାମାଜିକ କର୍ମୀ ସୁରେନ୍ଦ୍ର କୁମାର ନାୟକ ପ୍ରମୁଖ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ରାଜ୍ୟ ଯୁଗ୍ମ ଆବାହକ ସଚ୍ଚିକାନ୍ତ ପଣ୍ଡା ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ,ଜିଲ୍ଲା କୋଷାଧ୍ୟକ୍ଷ ଜଗନ୍ନାଥ ନାୟକ ସ୍ୱାଗତ ଭାଷଣ ଓ ଶେଷରେ ବିଭୂତି ଭୂଷଣ ସେନାପତୀ ଧନ୍ୟବାଦ ଦେଇଥିଲେ । ସମ୍ମିଳନୀରେ ୧୭ଗୋଟି ଜିଲ୍ଲାର କର୍ମକର୍ତ୍ତା ମାନେ ଯୋଗ ଦେଇଥିବା ବେଳେ ରବି ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମକୁ ହେମନ୍ତ ସିଂହ,କୈଳାସ ଚନ୍ଦ୍ର ଧଳ,ଅନାଦି ଚରଣ ବେହେରା,ପ୍ରଦ୍ୟୁମ୍ନ କୁମାର ନାୟକ,ସୁବୋଧ କୁମାର ସାହୁ,ନିର୍ମଳ ଚନ୍ଦ୍ର ଦାସ,ବିକ୍ରମ କୁଅଁର,ଧିରେନ୍ଦ୍ର ପଣ୍ଡା,ନିତ୍ୟାନନ୍ଦ ଜେନା,ସୁକାନ୍ତି ପଢିଆରି,ମିନତି ଜେନା,ତୁଳସି ବେହେରା,ନିରୁପମା ମହାରଣା,ମମତା ଜେନା,ରେବତୀ ସଢଙ୍ଗୀ,ସଞ୍ଜୁଲତା ରାଉତ ପ୍ରମୁଖ ସହଯୋଗ କରିଥିଲେ ।