Home ଜିଲ୍ଲା ପରିକ୍ରମା ସଭ୍ୟାଙ୍କ ଆରୋପ ମିଥ୍ୟା, ସାଳନ୍ଦୀ ସହରସ୍ତରୀୟ ମହାସଂଘର ସାମ୍ବାଦିକ ସମ୍ମିଳନୀ

ସଭ୍ୟାଙ୍କ ଆରୋପ ମିଥ୍ୟା, ସାଳନ୍ଦୀ ସହରସ୍ତରୀୟ ମହାସଂଘର ସାମ୍ବାଦିକ ସମ୍ମିଳନୀ

20

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଳନ୍ଦୀ ସହରସ୍ତରୀୟ ମହାସଂଘ (ସି.ଏଲ୍‌.ଏଫ୍‌) ବିରୋଧରେ ସଂଘର ଜଣେ ସଭ୍ୟା କରିଥିବା ଅଭିଯୋଗ ମିଥ୍ୟା ବୋଲି ସଂଘ ପକ୍ଷରୁ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସ୍ପଷ୍ଟ କରାଯାଇଛି । ସଂଘର ସଭାନେତ୍ରୀ ଉର୍ମିଳା ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଏହି ମହାସଂଘର ସଭ୍ୟା ରୁକ୍‌ସାନା ବିବି, ଅନୂସୟା ରଣା, ନସିମା ବିବି ମିଛରେ ଏକ ଗଣମାଧ୍ୟମରେ ଯେଉଁ ଭିତ୍ତିହୀନ ବୟାନ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା । ସଂଘ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରି ସଂଘକୁ ଭାଗଭାଗ କରିବାକୁ ସେମାନଙ୍କର ଏହା ଏକ ହୀନ ପ୍ରୟାସ ବୋଲି ସଂଘର ସମ୍ପାଦିକା ଜୟନ୍ତୀ ବିଶ୍ୱାଳ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏଥି ସହିତ ବିଶୃଙ୍ଖଳାକାରୀଙ୍କ ଉପରେ ସଂଘୀୟ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସଂଘରେ ଥିବା ସମସ୍ତ ସଭ୍ୟା ଏପରି ମିଥ୍ୟା କଥାରେ ମାତି ନଯିବାକୁ ଅନୁରୋଧ କରାଯାଇଥିଲା । ଯେଉଁମାନେ ସଂଘର ନୀତି ନିୟମର ଉଲଂଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପସଭାନେତ୍ରୀ ଭାରତୀ ପଣ୍ଡା ଜିଲ୍ଳା ପ୍ରଶାସନକୁ ନିବେଦନ ରଖିଥିଲେ । ସିଏଲ୍‌ଏଫ୍ ଏକ ଶୃଙ୍ଖଳିତ ମହାସଂଘ, ଏହାର ସମସ୍ତ ସଭ୍ୟାମାନେ ସିଏଲ୍‌ଏଫ୍ ପାଇଁ କାର୍ଯ୍ୟ କରୁଛନ୍ତି, ଏଥିରେ କୌଣସି ବେନିୟମ କାର୍ଯ୍ୟ କରାଯାଉ ନାହିଁ ବୋଲି ସମ୍ମିଳନୀରେ ପ୍ରକାଶ କରାଯାଇଛି । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ନପୂର୍ଣ୍ଣ ମହାପାତ୍ର, ଅମ୍ରିତା ପଣ୍ଡା, କୋଶରିୟା ବିବି, ପୁଷ୍ପାଞ୍ଜଳୀ ଘଡ଼େଇ, ନଜରାନା ବିବି, ନମିତା ପରିଡ଼ା, ରେହେନା ବିବି, ନିରୂପମା ଜେନା, ମଞ୍ଜୁଲତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.