Home ଜିଲ୍ଲା ପରିକ୍ରମା ବରିଷ୍ଠ ସାମ୍ବାଦିକ ଅମର ନାୟକଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ଅମର ନାୟକଙ୍କ ପରଲୋକ

21

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ଭଦ୍ରକର ବରିଷ୍ଠ ସାମ୍ବାଦିକ ଅମର ନାୟକଙ୍କର ହୃଦଘାତରେ ରବିବାର ସକାଳ ୬ଟା ୧୫ମିନିଟ୍ ସମୟରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ତଳେ ହୃଦ୍‌ଘାତର ଚିକିତ୍ସା ପରେ ଡାକ୍ତରଖାନାରୁ ଘରକୁ ଫେରିଥିଲେ । ମାତ୍ର ଗତକାଲି ରାତିରେ ପୁଣି ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ ହୋଇ ଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସେ ଆଜିକାଲି ଖବରକାଗଜର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମର ଶରୀର ଭଦ୍ରକକୁ ଆସିବା ପରେ ଜିଲ୍ଲା ମୁଖ୍ୟ ଡାକଘର ଛକରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଳିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଳା ବିଜେଡ଼ି ସଭାପତି ଜଗନ୍ନାଥ ସ୍ୱାଇଁ, ଚିନ୍ତାମଣି ଦାସ, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ଜିଲ୍ଳା ସଭାପତି ଅଜୟ ନାୟକ, ସମ୍ପାଦକ ଅଧିବକ୍ତା ଗଦାଧର ବଳ, ପାରିଷଦ ପ୍ରତିନିଧି ପଙ୍କଜ ବଳ, ସୂର୍ଯ୍ୟ କୁମାର ଦାସ, ଓଡ଼ିଶା ସେଲ୍‌ସ ରିପ୍ରେଜେଣ୍ଟିଭ୍ ସଭାପତି ଅମରେନ୍ଦ୍ର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ନୀହାର ଦାସ, ପ୍ରମୋଦ ରାୟ, ଡ. ହରିହର ନାୟକ, ଗୌରହରି ନାୟକ, ଅତିଶ କୁମାର ବେହେରା, ତପନ କୁମାର ମିଶ୍ର, ନରେନ୍ଦ୍ର ସାମଲ, ପାର୍ଥ ସାରଥୀ ନାୟକ, ସନାତନ ରାଉତ, ଉମାକଲ୍ୟାଣ ମହାପାତ୍ର, ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ଜ୍ଞାନପ୍ରକାଶ ପାଣି ପ୍ରମୁଖ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ପରେ ତାଙ୍କ ମରଶରୀରକୁ ଅସ୍ତଳ ଗ୍ରାମ ସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କ୍‌ି ହବିବି, ପୂର୍ବତନ ବିଧାୟକ ନରେନ ପଲେଇ, ଡାକ୍ତର ରବୀନ୍ଦ୍ର ନାୟକ, କଂଗ୍ରେସ ନେତା ସୁବ୍ରତ ଦାସ, ନଳିନୀକାନ୍ତ ମହାନ୍ତି, ଜ୍ୟୋତିପ୍ରକାଶ ମହାନ୍ତି, ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅମର ନାୟକ ଜିଲ୍ଳା ସ୍ୱାସ୍ଥ୍ୟ ସମିତି, ରୋଗୀ କଳ୍ୟାଣ ସମିତିର ସଭ୍ୟ ଥିଲେ । ତାଙ୍କ ମରଶରୀରକୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବା ପରେ ସେଠାରେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ରଙ୍କ ସମେତ ସମସ୍ତ ଡାକ୍ତର ଓ କର୍ମଚାରୀ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୃତ୍ୟୁ ଖବର ପାଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଆଜିକାଲିର ସମ୍ପାଦକ ନିର୍ମାଲ୍ୟ ମହାନ୍ତି, ଅଧ୍ୟାପକ ରାଜେନ୍ଦ୍ର ପଟ୍ଟନାୟକ, ମଙ୍ଗରାଜ ମଲ୍ଳିକ, ରୋଟାରିଆନ ଡ. ଶିଶିର ମିଶ୍ର, ଇଂ ଅମ୍ବିକାବଲ୍ଲଭ ସ୍ୱାଇଁ, ସାମ୍ବାଦିକ ସ୍ମୃତିରଂଜନ ସାହୁ, ପ୍ରତାପ ଦାସ, ତପନ କୁମାର ସ୍ୱାଇଁ, ପ୍ରମୋଦ ରାୟ, ରବିନାରାୟଣ ଖିଲାର, ବାବୁ ବୋଇତି, ଚାରୁଦତ୍ତ ନାୟକ, ରାଜେଶ ଦାସ ପ୍ରମୁଖ ଶୋକ ପ୍ରକଟ କରିଛନ୍ତି । ତାଙ୍କ ପୁତୁରା ସଂବିତ ନାୟକ ମୁଖାଗ୍ନି ଦେଇଥିଲେ । ସାଳନ୍ଦୀ ନଦୀ କୂଳସ୍ଥ ନିଜସ୍ୱ ବଗିଚାରେ ତାଙ୍କର ସଂସ୍କାର କରାଯାଇଥିଲା । ତାଙ୍କର ଭାଇ କିଶୋର ନାୟକ, ଅଶୋକ ନାୟକ, ଦେବବ୍ରତ ନାୟକ, ଅଶେଷ ନାୟକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.