Home ଜିଲ୍ଲା ପରିକ୍ରମା ସତ୍ୟର ସନ୍ଧାନ କରିଥାଏ ସତ୍‌-ସାହିତ୍ୟ, ଡ. କୃଷ୍ଣଚରଣ ବେହେରାଙ୍କ ଷଷ୍ଠ ବାର୍ଷିକ ସ୍ମୃତି ସଭା

ସତ୍ୟର ସନ୍ଧାନ କରିଥାଏ ସତ୍‌-ସାହିତ୍ୟ, ଡ. କୃଷ୍ଣଚରଣ ବେହେରାଙ୍କ ଷଷ୍ଠ ବାର୍ଷିକ ସ୍ମୃତି ସଭା

22

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ମାନନୀୟ ସମ୍ବେଦନା ସହ ଲେଖାରେ ନିର୍ଭିକତା ଥିଲେ ତାହା ଜନମାନସକୁ ସ୍ପର୍ଶ କରିଥାଏ । ସତ୍ ସାହିତ୍ୟ ସର୍ବଦା ସତ୍ୟର ସନ୍ଧାନ କରି ଲେଖକକୁ ପାଠକୀୟ ଶ୍ରଦ୍ଧା ଓ ସିଦ୍ଧି ଆଣିଦେଇଥାଏ ବୋଲି ଡ. କୃଷ୍ଣଚରଣ ବେହେରାଙ୍କ ଷଷ୍ଠ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ସ୍ମୃତି ସମାରୋହରେ ମତ ପ୍ରକାଶ ପାଇଛି । ଡ. କୃଷ୍ଣଚରଣ ବେହେରା ସ୍ମୃତି ସଂସଦ ତରଫରୁ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ସଂସଦର ସଭାପତି ସାହିତ୍ୟିକ ବାସୁଦେବ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାରସ୍ୱତ ସଭାରେ ପ୍ର. ଆଦିକନ୍ଦ ସାହୁ ମୁଖ୍ୟଅତିଥି ରୂପେ ଯୋଗଦେଇ ଡ. କୃଷ୍ଣଚରଣ ବେହେରା ସ୍ମୃତି ସମ୍ମାନ ଗ୍ରହଣ କରିଥିଲା ବେଳେ ମୁଖ୍ୟବକ୍ତା କବି ଓ ପ୍ରଶାସକ ମଧୁସୂଦନ ଦାସଙ୍କୁ ଡ. ଶୁଭକାନ୍ତ ବେହେରା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥି ଗାଳ୍ପିକ ପବିତ୍ର ପାଣିଗ୍ରାହୀ ସାରସ୍ୱତ ସ୍ରଷ୍ଟା ଶୁଭକାନ୍ତ ବେହେରାଙ୍କ ଗଳ୍ପର ଦିଗଦିଗନ୍ତ ସଂପର୍କରେ ଆଲୋକପାତ କରିଥିଲେ । ବୈକୁଣ୍ଠ ନାଥ ବିଶ୍ୱାଳ ମଂଚ ଆମନ୍ତ୍ରଣ, ଶାନ୍ତନୁ କୁମାର ରାଉତ ସ୍ୱାଗତ ସମ୍ଭାଷଣ, ସଂସଦର ଆବାହକ କୈଳାଶ ଚନ୍ଦ୍ର ପଣ୍ଡା ସଭାର ଉଦ୍ଦେଶ୍ୟ ଜ୍ଞାପନ ଓ ସଂପାଦକ ଡ. ରାଧାରାଣୀ ମହାପାତ୍ର ଆନୁଷ୍ଠାନିକ ବିବରଣୀ ବିବରଣୀ ଉପସ୍ଥାପନ କରିଥିଲେ । ଚୈତାଳି ଖିଲାର ଓ ବାଦଲ ମହାପାତ୍ର ମାନପତ୍ର ପାଠ କଲାବେଳେ ପ୍ରାରମ୍ଭରେ ବେଦପାଠ କରିଥିଲେ ପଣ୍ଡିତ ଘନଶ୍ୟାମ, ଅନ୍ୟମାନଙ୍କ ମଧ୍ୟରେ ଡା. ଦୁର୍ଯ୍ୟୋଧନ ଦାସ, ଡ. ମନୀନ୍ଦ୍ର ମହାନ୍ତି, ଲଲାଟେନ୍ତୁ ମହାନ୍ତି ଓ ରାମଚନ୍ଦ୍ର ପଣ୍ଡା ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଡ. ଚିତରଞ୍ଜନ ବେହେରାଙ୍କ ରଚିତ କୃଷ୍ଣ ଚରଣଙ୍କ ସର୍ଜନ ଦିଗନ୍ତ ପୁସ୍ତକ ଲୋକର୍ପିତ ହୋଇଥିଲା । ରାଜଶ୍ରୀ ଚିନ୍ତକ ବେହେରା ସଭାରେ ଶେଷସ୍ପର୍ଶ ଦେଇଥିଲେ । ଡ. ମଧୁଶ୍ରୀ ବେହେରା, ପୂର୍ଣ୍ଣଶ୍ଲୋକ ବେହେରା ଓ ପ୍ର. ଗୋଲକ ବିହାରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.