Home ଜିଲ୍ଲା ପରିକ୍ରମା ମାଲିକଙ୍କ ଦାଦାଗିରି, ଏଗ୍ରିମେଟଂ ଥିବା ସତ୍ୱେ ମାମଲାଭୁକ୍ତ ଦୋକାନଘରୁ ରାତିଅଧିଆ ଭାଙ୍ଗି ଲୁଟ୍‌, ଥାନାରେ ଅଭିଯୋଗ

ମାଲିକଙ୍କ ଦାଦାଗିରି, ଏଗ୍ରିମେଟଂ ଥିବା ସତ୍ୱେ ମାମଲାଭୁକ୍ତ ଦୋକାନଘରୁ ରାତିଅଧିଆ ଭାଙ୍ଗି ଲୁଟ୍‌, ଥାନାରେ ଅଭିଯୋଗ

20

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଟାଉନ ଥାନା ଅଧିନ ଟାଉନହଲ୍ ଛକରେ ଥିବା ନେହେରୁ ମାର୍କେଟ କଂପ୍ଲେକ୍ସ ର ରୁମ୍ ନମ୍ବର ୧୦ରେ ଏଗ୍ରୀମେଂଟ କରି ଏକ ଟେଲରିଂ ଓ ଗାର୍ମେନ୍‌ଟସ୍ ଦୋକାନ କରିଥିବା ଜଣେ ଦୋକାନୀଙ୍କୁ ଉକ୍ତ ଘର ମାଲିକ ବଳପୂର୍ବକ ବେଆଇନ୍‌ଭାବେ ରାତି ଅଧିଆ ଉଚ୍ଛେଦ କରିବା ନେଇ ଥାନାରେ ଅଭିଯୋଗ ହୋଇଛି । ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଯେ : ଭଦ୍ରକ ସହର ବାଲିଓରଡା ଅଂଚଳର ମହମ୍ମଦ ତାଜ ନାମକ ବ୍ୟକ୍ତି ଟେଲରିଂ ଓ ଗାର୍ମେଟନସ୍ ଦୋକାନ(ଚିକ୍ ଟେଲର ଏଣ୍ଡ ଗାର୍ମେନଟସ୍‌) ନେହେରୁ ମାର୍କେଟ କଂପ୍ଲେକ୍ସର ରୁମ ନମ୍ବର ୧୦ରେ ଥିବା ଦୋକାନ ଘରକୁ ନଙ୍ଗାମହଲା ଅଂଚଳର ସେକ୍ ଗୋଲାମ ମୁର୍ତୁଜାଙ୍କ ଠାରୁ ୫ବର୍ଷ ଲାଗି ଏଗ୍ରିମେଟଂ ସୂତ୍ରେ ଭଡା ନେଇଥିଲେ । ଏଥିପାଇଁ ମାସିକ ୫ହଜାର ଟଙ୍କା ଭଡା ଓ ୨୫ହଜାର ଟଙ୍କା ସିକ୍ୟିୁରିଟି ରାଶି ଦେଇ ଗତ ୧.୧୨.୨୨ତାରିଖରେ ୫ବର୍ଷ ଲାଗି ଅର୍ଥାତ ୩୦.୧୧.୨୭ତାରିଖ ଯାଏଁ ଉକ୍ତ ଘରକୁ ଭଡାସୂତ୍ରେ ନେଇଥିଲେ । ତେବେ ସଂପୃକ୍ତ ଦୋକାନ ମାଲିକ ସେକ ଗୋଲାମ ମୁର୍ତୁଜା ଉକ୍ତ ଏଗ୍ରିମେଟଂ କରିବା ପରେ ପରେ ଉକ୍ତ ଦୋକାନ ଘର ଛାଡିବାକୁ ଧମକ ଦେଇଥିଲେ । ତେବେ ଦୋକାନ ଘରେ ମହମ୍ମଦ ତାଜ ଲକ୍ଷାଧିକ ଟଙ୍କାର ସାଜସଜ୍‌ା କରିବା ସହ ପ୍ରାୟ ୧୦ଲକ୍ଷ ଟଙ୍କାର ମେସିନ ଓ ଗାର୍ମେନଟସ୍ ରଖିଥିବାରୁ ଏଥିରେ ଅରାଜି ହୋଇଥିଲେ । ଏଗ୍ରିମେଟଂ ଅବଧି ସରିବା ପରେ ଦୋକାନ ଘର ଛାଡିବାକୁ କହିଥିଲେ । ତେବେ ଏଥିରେ ଅରାଜି ହୋଇ ଦୋକାନ ମାଲିକ ନାନାଦି ଧମକ ଚମକ ଦେଇ ଦୋକାନ ଛାଡିବାକୁ କହିଥିଲେ ।

ଶେଷରେ ଦୋକାନୀ ମହମ୍ମଦ ତାଜ ଅନ୍ୟ କିଛି ଉପାୟ ନପାଇ ମାନ୍ୟବର ଭଦ୍ରକ ବରିଷ୍ଠ ସିଭିଲ୍ କୋର୍ଟରେ ଆଶ୍ରୟ ନେଇଥିଲେ । କୋର୍ଟରେ ଏକ ମାମଲା(ନଂ-୮୧୫/୨୦୨୨)ରୁଜୁ କରିବା ସହ ଏକ ରହିତାଦେଶ ମାମଲା(ନଂ-୪୭୦/୨୨)ଆଗତ କରିଥିଲେ । କୋର୍ଟରେ ମାମଲା ଓ ରହିତାଦେଶ ଥିବା ଯୋଗୁଁ ଉକ୍ତ ଦୋକାନଟି ତାଲା ପଡି ବନ୍ଦ ରହିଥିଲା । ତେବେ ଗତ ୨୬.୬.୨୩ତାରିଖ ଉକ୍ତ ରହିତାଦେଶ ଉଠିବା ପରେ ମହମ୍ମଦ ତାଜ ପୁନର୍ବାର ଏହା ବଳବତର ରଖିବାକୁ କୋର୍ଟରେ ଆବେଦନ କରିଥିଲେ । ତେବେ ଦୋକାନ ଘର ମାଲିକ ସେଖ ଗୋଲାମ ମୁର୍ତୁଜା ଓ ତାଙ୍କ ଜ୍ୱାଇଁ ଅଲାଲପୁର ନିବାସୀ ପିଟୁଂ ସାହା ଉକ୍ତ ଦୋକାନ ଘର ସାଇନ୍‌ବୋର୍ଡ, ଗ୍ରୀଲକୁ ଭାଙ୍ଗିବା ସହ ଦୋକାନ ଚାବିକୁ ଭାଙ୍ଗି ସେଥିରେ ଥିବା ପ୍ରାୟ ୩ଲକ୍ଷ ଟଙ୍କାରୁ ଅଧିକ ଗାର୍ମେନ୍‌ଟସକୁ ଲୁଟ୍ କରିଛନ୍ତି । ଏହା ଜାଣିବା ପରେ ଅସହାୟ ଟେଲର ଦୋକାନୀ ମହମ୍ମଦ ତାଜ ଭଦ୍ରକ ଟାଉନ ଥାନାରେ ନ୍ୟାୟ ପାଇଁ ଏକ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ସିକ୍ୟୁରିଟି ବାବଦକୁ ଅର୍ଥରାଶି ଦେଇ ୫ବର୍ଷ ଲାଗି ମାସିକ ୫ହଜାର ଟଙ୍କା ଭଡା ଦେଇ ଦୋକାନ କରି ନିଜ ପରିବାର ପୋଷଣ କରୁଥିବା ଜଣେ ଦୋକାନୀଙ୍କୁ ସମ୍ପୂର୍ଣ୍ଣ ବେଆଇନ୍ ଭାବେ ଦାଦାଗିରି କରି ରାତି ଅଧିଆ ଦୋକାନରୁ ଲୁଟ୍ କରି ବେଦଖଲ କରିବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ବି କ୍ଷୋଭ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ମାନ୍ୟବର ବରିଷ୍ଠ ସିଭିଲ ଜଜ୍‌ଙ୍କ କୋର୍ଟରେ ମୂଳ ମାମଲା ବଳବତର ଥିବା ବେଳେ ଏହାକୁ ବେଖାତିର କରି ଦୋକାନ ମାଲିକଙ୍କ ଏତାଦୃଶ ବେଆଇନ୍ କାର୍ଯ୍ୟ ବିରୁଦ୍ଧରେ ଟେଲର ଦୋକାନୀ ମହମ୍ମଦ ତାଜ ଓ ତାଙ୍କ ପରିବାର ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.