Home ଜିଲ୍ଲା ପରିକ୍ରମା ଭଦ୍ରକ ଆଗରପଡା ରାସ୍ତାରେ ଯାତ୍ରିବାହୀ ବସ୍ ଚଳାଚଳ ବନ୍ଦ

ଭଦ୍ରକ ଆଗରପଡା ରାସ୍ତାରେ ଯାତ୍ରିବାହୀ ବସ୍ ଚଳାଚଳ ବନ୍ଦ

73

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆଗରପଡା ରାସ୍ତାରେ ଯାତାୟତ କରୁଥିବା ଯାତ୍ରିବାହୀ ବସ୍ ଗୁଡିକ ଡାଏଟ୍ ନିକଟରେ ଥିବା ନୂତନ ବସ୍ ଷ୍ଟାଣ୍ଡକୁ ନ ଯିବା ନେଇ ବିବାଦ ଦେଖା ଦେଇଥିଲା । ବସ୍ ଗୁଡିକ ଦିର୍ଘ ଦାବୀ ପରେ ଷ୍ଟାଣ୍ଡକୁ ନ ଯିବାରୁ ସଂପୃକ୍ତ ଅଞ୍ଚଳର ନିର୍ବାଚିତ ଜନ ପ୍ରତିନିଧି ଓ ବୃଦ୍ଧିଜୀବି ମାନେ ଚାଳକ ମାନଙ୍କୁ ତାଗିତ କରିଥିଲେ । ପରେ ୪ଦିନ ଏହି ରାସ୍ତାରେ ଯାତାୟତ କରୁଥିବା ସମସ୍ତ ବସ୍ ଗୁଡିକ ନୂତନ ଷ୍ଟାଣ୍ଡକୁ ଯାଇ ଫେରୁଥିଲେ । ହେଲେ ଆଜି (ଶୁକ୍ରବାର) ହଠାତ୍ ଯାତ୍ରିବାହୀ ବସ୍ ଗୁଡିକ ଚଳାଚଳ ବନ୍ଦ କରିଦେବା ଫଳରେ ଯାତ୍ରି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ପ୍ରକାଶ ଯେ,ଏହି ରାସ୍ତାରେ ଚାଲୁଥିବା ୨୫ରୁ ଉର୍ଦ୍ଧ ବସ୍ ଗୁଡିକ ମଧ୍ୟରୁ ଭଦ୍ରକ ବସ୍ ସିଣ୍ଡିକେଟ୍ ଅଧିନରେ ଥିବା ୧୫ରୁ ଉର୍ଦ୍ଧ ଯାତ୍ରିବାହୀ ବସ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ଯା ଆସ କରିଥାଏ । ଏହି ସମୟ ଅତିକ୍ରାନ୍ତ ହେଲେ ବସ୍ ଯାତ୍ରି ପରିବହନରୁ ବଞ୍ଚିତ ହୋଇଥାଏ । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡୋଗଳ ହୁଏ । ତେବେ ଭଦ୍ରକରୁ ଆଗରପଡା କଲେଜ ଛକ ପର୍ଯ୍ୟନ୍ତ ୨୨ କି.ମି ରାସ୍ତା ପରିବର୍ତ୍ତେ ଏବେ ନୂତନ ବସ୍ ଷ୍ଟାଣ୍ଡର ଦୂରତ୍ୱ ବଢିଯିବା ଫଳରେ ବସ୍ ଗୁଡିକ ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁନାହିଁ । ଏହାର ମୁଖ୍ୟ କାରଣ ଟ୍ରାଫିକ୍ ସମସ୍ୟା ବୋଲି ଅଭିଯୋଗ ହେବା ପରେ ବଜାର ଅଞ୍ଚଳର ଜନ ପ୍ରତିନିଧି ଓ ସାଧାରଣ ଜନତା ଆଗରପଡା ଥାନାଧିକାରିଣୀଙ୍କୁ ଭେଟି ଟ୍ରାଫିକ୍ ସମସ୍ୟା ଦୂର ସହ ବ୍ୟବସାୟୀ ମାନେ ରାସ୍ତା ଉପରେ ରଖିଥିବା ସାମଗ୍ରୀକୁ ଦୋକାନ ମଧ୍ୟରେ ରଖିବାକୁ ଅନୁରୋଧ କରିଥିଲେ । ଏହି ସମସ୍ୟା ଦୂର ହୋଇ ନ ପାରିବାରୁ ବସ୍ ମାଲିକ ମାନେ ନା ନା ସମସ୍ୟା ଭୋଗିଥିଲେ । ତେବେ ଉପରୋକ୍ତ ଘଟଣାର କୌଣସି କିଛି ସମାଧାନ ନହେବାରୁ ଆଜି ଠାରୁ ବାଧ୍ୟ ହୋଇ ବସ୍ ଚାଳକ ମାନେ ଗାଡି ଚଳାଚଳ ବନ୍ଦ ରଖିଛନ୍ତି । ଉପରୋକ୍ତ ଘଟଣା ନେଇ ଚାଳକ ସୁଧାକର ଜେନା କହନ୍ତି,ନୂତନ ବସ୍ ଷ୍ଟାଣ୍ଡକୁ ଯିବା ଫଳରେ ସମୟ ଅଭାବ ଯୋଗୁଁ ଖାଇବା ଓ ପିନ୍ଧିବାକୁ ସମୟ ହେଉନାହିଁ,ଘଟଣାର ସମାଧାନ ନହେବା ପର୍ଯ୍ୟନ୍ତ ଆମ୍ଭେ ଷ୍ଟିୟରିଂ ଛାଡ ଆନ୍ଦୋଳନରେ ଅଛୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.