Home ଜିଲ୍ଲା ପରିକ୍ରମା ବସଷ୍ଟାଣ୍ଡ ଓ ଟ୍ରାଫିକ ସମସ୍ୟା ନେଇ ଦିଆଗଲା ଦାବୀପତ୍ର, ଗୁମୁଟି ଓ ଉଠାଦୋକାନ ଯୋଗୁଁ ସୃଷ୍ଟି...

ବସଷ୍ଟାଣ୍ଡ ଓ ଟ୍ରାଫିକ ସମସ୍ୟା ନେଇ ଦିଆଗଲା ଦାବୀପତ୍ର, ଗୁମୁଟି ଓ ଉଠାଦୋକାନ ଯୋଗୁଁ ସୃଷ୍ଟି ହୋଇଛି ସମସ୍ୟା

33

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ତଥା ଉତ୍କଳକେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ଜନ୍ମମାଟି ଆଗରପଡ଼ା ଅଞ୍ଚଳଟି ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ପ୍ରତ୍ୟେକ ଦିନ ଏଠାକୁ ପ୍ରାୟ ହଜାର ହଜାର ଲୋକଙ୍କ ଯିବା ଆସିବା ଲାଗିରହିଥାଏ । ତେବେ ଏଠାକୁ ଆସୁଥିବା ଯାତ୍ରୀବାହୀ ବସ ଗୁଡ଼ିକ ଡ଼ଏଟ ନିକଟସ୍ଥ ନୂତନ ବସଷ୍ଠାଣ୍ଡକୁ ନଯିବା ନେଇ ଅସନ୍ତୋଷ ଦେଖାଦେଇ ଆସୁଥିଲା । ବିଶେଷ ଭାବେ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଦ୍ରକ, ମହିଳା ମହାବିଦ୍ୟାଳୟ, ଅଗ୍ନିଶମ କାର୍ଯ୍ୟାଳୟ, ବିଦ୍ୟୁତ ଗ୍ରୀଡ଼ ଏବଂ ଜଙ୍ଗଲ ବିଭାଗର ଅଫିସ ରହିଥିବାରୁ ପ୍ରତ୍ୟେକ ଦିନ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରୁ ଆସୁଥିବା ଯାତ୍ରୀ ମାନେ ସେଠାକୁ ଯିବାରେ ହନ୍ତସନ୍ତ ହୋଇ ଚାଲି ଚାଲି ଯାଇଥାନ୍ତି । ବାରମ୍ବାର ଦାବୀ ପରେ ଭଦ୍ରକ ବସ ସିଣ୍ଡିକେଟ ଷ୍ଟାଣ୍ଡକୁ ବସଗୁଡ଼ିକ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ପ୍ରତିବନ୍ଧକ ସାଜିଛି ଟ୍ରାଫିକ ସମସ୍ୟା । ମୁଖ୍ୟ ରାସ୍ତା ଉପକୁ ସ୍ଥାୟୀ ଦୋକାନୀ ମାଡ଼ି ଆସିବା, ଡ଼୍ରେନ ଉପରେ ଗୁମୁଟି ଓ ଉଠା ଦୋକାନୀ ବସିବା ହେତୁ ବ୍ୟକ୍ତିିଗତ ଯାନ ଗୁଡ଼ିକ ରାସ୍ତା ଉପରେ ରହି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ଏନେଇ ଆଗରପଡ଼ା ଅଞ୍ଚଳବାସୀଙ୍କ ପକ୍ଷରୁ ଥାନା ଅଧିକାରିଣୀ ମୋନାଲିସା କରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଥାନାଅଧିକାରିଣୀ ଏହି ସମସ୍ୟାକୁ ଦୂର କରିବା ଦିଗରେ ପଦକ୍ଷେପ ନେବାକୁ ପ୍ରତିଶୃତି ପ୍ରଦାନ କରିଛନ୍ତି । ପୁରଷଣ୍ଢ ସରପଞ୍ଚ ପ୍ରକାଶ କୁମାର ବିଶ୍ୱାଳ, ଯୁବନେତା ସପନ କୁୁମାର ସିଂହ, ଦିପକ କୁମାର ମହାନ୍ତି, ବିଜେପି ନେତା ଗୋପାଳକୃଷ୍ଣ ଦାଶ, ସମାଜସେବୀ ଅଶୋକ କୁମାର ପରିଡ଼ା, ମାନସ ରଂଜନ ପଟ୍ଟନାୟକ, ରେଶାଲ ଖାଁ, ଶକ୍ତିମୋହନ ରାଉତ, ଦେବବ୍ରତ ତ୍ରିପାଠୀ, ଅଲେଖ ନାୟକ, ସଞ୍ଜୟ କୁମାର ନାଥ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.