Home ଜିଲ୍ଲା ପରିକ୍ରମା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପୀଠ ନବୀକରଣ ପାଇଁ ପ୍ରଶାସନର ଅନୁଧ୍ୟାନ

କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପୀଠ ନବୀକରଣ ପାଇଁ ପ୍ରଶାସନର ଅନୁଧ୍ୟାନ

69

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ତାଳପଦା ସ୍ଥିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତିପୀଠର ନବୀକରଣ ପାଇଁ ବୁଧବାର ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯାଇଥିବା ଜଣାପଡ଼ିଛି । କାନ୍ତକବିଙ୍କ ପୀଠର ନବୀକରଣ ପାଇଁ ସରକାରଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁଦାନକୁ ମଂଜୁର କରିଛନ୍ତି । ଏହି ଅନୁଦାନରେ କାନ୍ତକବିଙ୍କ କୁଟୀର ନିର୍ମାଣ, କାନ୍ତକବି ମଞ୍ଚ, ସମେତ କାନ୍ତକବି ପୀଠର ନବୀକରଣ ସହିତ ଆଲୋକୀକରଣ ଇତ୍ୟାଦି କାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି । ଏହି ପରିପ୍ରେକ୍ଷିରେ ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଡିଓ ଜ୍ୟୋତିର୍ମୟ କର, ସହକାରୀ ଯନ୍ତ୍ରୀ ଟିକଚାନ୍ଦ କାଲୋ, କନିଷ୍ଠଯନ୍ତ୍ରୀ ଉତ୍ତମ କୁମାର ସାହୁ, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା, ଏନଆଇଜିଏସ ସହକାରୀ ସୁଧାଂଶୁ ଶେଖର ନାୟକ ପ୍ରମୁଖ ଅନୁଧ୍ୟାନ କରିଥିବା ବେଳେ କାନ୍ତକବି ସ୍ମୃତି ପରିଷଦର ସଭାପତି ବରିଷ୍ଠ ଆଇନଜୀବୀ ତଥା ସମିତିସଭ୍ୟ ଚିନ୍ତାମଣି ଦାସ, ସାଧାରଣ ସମ୍ପାଦକ ବାଣିକଲ୍ୟାଣ ମହାପାତ୍ର ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଚିନ୍ତାମଣି ଦାସ ଜିଲାପରିଷଦ ସଭ୍ୟ ଥିବା ସମୟରେ ତତ୍କାଳୀନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସହାୟତାରେ କାନ୍ତକବି ପୀଠକୁ ଉନ୍ନତୀକରଣ କରାଯାଇ କାନ୍ତକବି ସ୍ମୃତି ମନ୍ଦିର, କାନ୍ତକବିଙ୍କ ପ୍ରତିମୂର୍ତ୍ତି ଓ ସମାଧି ପୀଠ ନିର୍ମାଣ କରାଯାଇଥିଲା । ଇତି ପୂର୍ବରୁ କାନ୍ତକବିଙ୍କ ପୀଠ ଅବହେଳିତ ଅବସ୍ଥାରେ ରହିଥିଲା । ତତ୍କାଳୀନ ବିଧାୟକ ଶ୍ରୀ ମଣ୍ଡଳଙ୍କ ସହାୟତାରେ ଉନ୍ନତୀକରଣ ପାଇଁ ସ୍ଥାନୀୟ ଅଧିବାସୀ ତାଙ୍କୁ କୃତଜ୍ଞତା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.