Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ହାଇସ୍କୁଲରେ ବନମହୋତ୍ସବ

ଭଣ୍ଡାରିପୋଖରୀ ହାଇସ୍କୁଲରେ ବନମହୋତ୍ସବ

26

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ବନ ମହୋତ୍ସବ ପ୍ରଧାନଶିକ୍ଷକ ରତିକାନ୍ତ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ବହୁ ବୃକ୍ଷଚାରା ରୋପଣ କରାଯାଇଛି । ବନବିଭାଗ ଓ ଉଚ୍ଚବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ôସବରେ ବିଭାଗୀୟ ବନପାଳ ଓ ବନକର୍ମଚାରୀ ପ୍ରମୁଖ ଯୋଗଦେଇ ବିଶ୍ୱରେ ଜଳବାୟୁ ସଙ୍କଟକୁ ମୁକାବିଲା ପାଇଁ ବୃକ୍ଷରୋପଣ ହିଁ ପ୍ରକୃଷ୍ଟ ମାଧ୍ୟମ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆମ୍ବ, ଜାମୁ, ଆକାଶୀ, ନିମ୍ବ ଆଦି ବହୁ ଚାରା ରୋପଣ କରାଯାଇଥିଲା । ଶିକ୍ଷକ ଚନ୍ଦ୍ରଶେଖର ପାତ୍ର, ନରେନ୍ଦ୍ର ନାୟକ, ଗଙ୍ଗାଧର ଦଳେଇ, ଶିକ୍ଷୟତ୍ରୀ ତପୋଜା ସାହୁ, ବିଷ୍ଣୁପ୍ରିୟା ଜେନା, ରୂପାଲି ପଟ୍ଟନାୟକ, ମହାମାୟା ମହାପାତ୍ର, ଉର୍ମିଳା ନାୟକ, ଜ୍ୟୋସ୍ନାରାଣୀ ସାହୁ, ମନ୍ଦୋଦରୀ ସାହୁ, ବର୍ଷାପ୍ରିୟଦଶନୀ ମଲ୍ଲିକ, ବର୍ଷା ପଲକ, ସୁଜାତା ଦାସ, ଲମ୍ବୋଦର ଜେନା, ହୃଷିକେଶ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.