Home ଜିଲ୍ଲା ପରିକ୍ରମା ସାଂସଦଙ୍କ ଦ୍ୱାରା ‘ଜୀବନ ତରଣୀ’ ଲୋକାର୍ପିତ

ସାଂସଦଙ୍କ ଦ୍ୱାରା ‘ଜୀବନ ତରଣୀ’ ଲୋକାର୍ପିତ

58

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ମହାନ୍ତିଙ୍କ ୫୦ତମ ବିବାହ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ଭଦ୍ରକ ଡିଆରଡିଏ ସମ୍ମୁଖ ନରେନ୍ଦ୍ର ରୟାଲ୍ସ ମଣ୍ଡପରେ ତାଙ୍କର ଆତ୍ମଜୀବନୀ ‘ଜୀବନ ତରଣୀ’ ପୁସ୍ତକ ସାଂସଦ ମଂଜୁଲତା ମଣ୍ଡଳଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଶିକ୍ଷାବିତ୍ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସନ୍ଧ୍ୟାର ଏହି ଉତ୍ସବରେ ପୁସ୍ତକଟିକୁ ଲୋକାର୍ପଣ କରି ଶ୍ରୀମତୀ ମଣ୍ଡଳ କହିଥିଲେ ଆଦର୍ଶ ଶିକ୍ଷକଙ୍କ ପଥ ଅନୁସରଣ କରି ପୂଜ୍ୟପୂଜାକୁ ସମ୍ମାନ ଦେଇ ଘରେ ଘରେ ପିତାମାତାଙ୍କୁ ପ୍ରତ୍ୟକ୍ଷ ଦେବତା ଭାବେ ପୂଜା କଲେ ନିଶ୍ଚିତ ଭାବେ ସୁସ୍ଥ ସବଳ ଓ ସଂସ୍କାରମୟ ସମାଜ ଗଠନ ହୋଇପାରିବ । ବରେଣ୍ୟ ଅତିଥି ଭାବେ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗଦେଇ କହିଥିଲେ ପିତାମାତା ଏବଂ ଗୁରୁ ହେଉଛନ୍ତି ବାସ୍ତବ ପଥ ପ୍ରଦର୍ଶକ । ତାଙ୍କ ପ୍ରତି ସମ୍ମାନ ଦେବା ହେଉଛି ଦେଶ, ଜାତି ପାଇଁ ସମ୍ମାନ ଦେବା । ଅନ୍ୟତମ ଅତିଥି ପୂର୍ବତନ ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ କହିଥିଲେ ଆଦର୍ଶ ସମାଜ ଗଠନରେ ଶିକ୍ଷକର ଭୂମିକା ଅବର୍ଣ୍ଣନୀୟ । ଧାମନଗର ଉପାଧ୍ୟକ୍ଷ ତଥା ଭଦ୍ରକ ଜିଲା ପରିଷଦ ଟୁନିବାଳା ବିଶ୍ୱାଳ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଭଗବାନଙ୍କ କୃପା ନଥିଲେ ସାହିତ୍ୟ ସୃଷ୍ଟି ହୋଇପାରେ ନାହିଁ । ଏଥିପାଇଁ ସର୍ବପ୍ରଥମେ ପିତା-ମାତା, ଗୁରୁ ଏବଂ ଗୁରୁଜନଙ୍କ ଆଶୀର୍ବାଦ ଏକାନ୍ତ ପ୍ରୟୋଜନ । ଅନ୍ୟତମ ଅତିଥି ଭାବେ ହରେକୃଷ୍ଣ ପାଢୀ, ରାମଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ମହାନ୍ତି, ସ୍ୱପ୍ନାରାଣୀ ରାଉତରା, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ସରିତା ମହାନ୍ତି, ଶିକ୍ଷକ ଧର୍ମେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ନରେନ୍ଦ୍ର ସାର୍‌ଙ୍କ ଜୀବନବ୍ୟାପୀ ସାରସ୍ୱତ କୃତି, ସାହିତ୍ୟ ସାଧନା ଓ ଶିକ୍ଷକତା ଜୀବନ ଉପରେ ଆଲୋକପାତ କରିଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନରେନ୍ଦ୍ର ସାରଙ୍କ ଜୀମନାଲେଖ୍ୟକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରଦର୍ଶିତ କରାଯିବା ସହିତ ପୁସ୍ତକ ଲୋକାର୍ପଣ ଏବଂ ୫୦ତମ ବିବାହ ବାର୍ଷିକୀରେ ସହସ୍ରାଧିକ ଶୁଭେଚ୍ଛୁ ଏବଂ ପ୍ରଶଂସକ ଯୋଗଦେଇ ନରେନ୍ଦ୍ର ସାର୍‌ଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । ଶେଷରେ ପଣ୍ଡିତ ସୁବାଷ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.