ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଅଂଚଳରେ ଗୋଟିଏ ପରିବାରର ମୁରବୀ ଯୁବା ବୟସରେ ଅନ୍ଧ ହୋଇଯିବା ବେଳେ ନିଜର ଜନ୍ମ କଲା ୨ପୁଅ ଙ୍କ ମଧ୍ୟରୁ ଗୋଟିଏ ପୁଅ ବାପ କୁ ଦୁରେଇ ଦେଇଥିଲେ ।ସାନପୁଅ ବିବାହିତ ହୋଇ ନିଜର ପିଲା ଛୁଆଙ୍କ ସହ ଅନ୍ଧ ବାପକୁ ଚଳାଇ ଆସୁଥିଲା । ଦଇବ ସହିଲା ନାହିଁ ଘରକୁ ପ୍ରତିପୋଷଣ କରି ଆସୁଥିବା ସେହି ପୁଅ ମଧ୍ୟ ନିଜର ଦୁଇ ଆଖି ହରାଇ ଦେଲା । ପରେ ସେହି ପୁଅର ସ୍ତ୍ରୀ ମଧ୍ୟ ନିଜର ଦୁଇ ନବ ଜାତକଙ୍କୁ ଛାଡି ନିଜର ବାପ ଘରକୁ ପଳାଇ ଯିବା ପରେ ଦୀର୍ଘ ୧୦ ବର୍ଷ ହେବ ଘରର ମୁରବୀ ତଥା ଜାମସେଦ ଅଲ୍ଲୀ ସାହାଙ୍କ ସ୍ତ୍ରୀ ସବିନା ବିବି(୬୫) ପୁନଶ୍ଚ ରାସ୍ତା କୁ ଓହ୍ଲାଇ ଭିକ୍ଷା କରିବା ଏବଂ ପର ଘର ପାଇଟି କରି ନିଜର ପରିବାର ପ୍ରତିପୋଷଣ କରି ଚାଲିଛନ୍ତି । ଘର ମଧ୍ୟରେ ଅନ୍ଧ ସ୍ୱାମୀ ,ଅନ୍ଧ ଯୁବାପୁଅ ଏବଂ ୨ଟି ନାତି ନାତୁଣୀ କୁ ସେହି ଏକା ଭରଷା ସବିନା ବିବି । ଗୋଟିଏ ଓଳି ଚୁଲି ଜଳିଲେ ଆଉ ୨ଓଳି ସଂପୂର୍ଣ ପରିବାର ଉପାସ ରହିବାକୁ ପଡୁଥିବା ବେଳେ ଆଜି ଭଳି ଦିନରେ ଜିଲ୍ଲା ପ୍ରଶାସନ କେବଳ ସେହି ଘରର ମୁରବୀ ଜାମସେଦ ଅଲ୍ଲୀକୁ ୭ଶହ ଟଙ୍କା ଭତା, ଅନ୍ଧ ପୁଅ ‘ିରୋଜ ଅଲ୍ଲି ସାହାକୁ ୫ଶହ ଟଙ୍କା ଏବଂ ଘରକୁ ଭିକ ମାଗି ଏବଂ ପର ଘରେ ପାଇଟି କରି ଚଳାଉଥିବା ସବିନା ବିବିକୁ ୫ଶହ ଟଙ୍କା ଭତା ମିଳୁଛି ।
୫ପ୍ରାଣୀ କୁଟୁମ୍ବ କୁ ମାସକୁ ୧୭ଶହ ଟଙ୍କା ରେ ଚଳିବା କଷ୍ଟକର ବ୍ୟାପାର ହେଉଥିବା ବେଳେ ପ୍ରତିଦିନ ସବିନା ବିବି ଏହି ବୟସରଙ୍କ ଭିକ ମାଗିବା ସହ ପର ଘରେ ପାଇଟି କରି ଘର ଚଳାଇ ଘରର ସମସ୍ତ ଙ୍କୁ ୩ଓଳି ଖାଇବା ଦେବା ଇଙ୍ଗ ଦୁରୁହ ବ୍ୟାପାର ହୋଇ ପଡିଛି । ଅନ୍ୟ ପକ୍ଷରେ ଆଜି ପର୍ଯ୍ୟନ୍ତ ଏହି ବାପ ପୁଅ ୨ଜଣକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କିପରି ଆଖି ଦେଖାଇ ସୁସ୍ଥ ହେବେ ସେଥିପ୍ରତି ମଧ୍ୟ ପ୍ରଶାସନକୁ ଅବଗତ କରାଇ ମଧ୍ୟ ଫଳ ଶୂନ । ବର୍ଷା ହେଲେ ୫ପ୍ରାଣୀ ରହୁଥିବା ଘରରେ ଦିନରେ ଖରା ଆଉ ରାତିରେ ତାରା ଦେଖିବା ଭଳି ପରିସ୍ଥିତି ହୋଇଥିଲେ ମଧ୍ୟ ଆଜି ଭଳି ଦିନରେ କଇଥଖୋଲା ପଂଚାୟତ ସେଥିପ୍ରତି ସଜାଗ ମଧ୍ୟ ହୋଇ ନାହିଁ ଫଳରେ ମୁଖ୍ୟମନ୍ତ୍ରୀ ଆଓାସ ହେଉ ଅଥବା ପ୍ରଧାନମନ୍ତ୍ରୀ ଆଓାସ ଖଣ୍ଡିଏ ମିଳି ପାରି ନାହିଁ । ନିଜର ଜୀବନ ପ୍ରତିବୈରାଗ୍ୟ ଆସିଯାଇଥିବା ବେଳେ ବାପା ପୁଅ ଏବଂ ୨ ଜଣ ନାବାଳକ ,ନାବାଳିକାଙ୍କୁ କିପରି ୬୫ବର୍ଷର ବୃଦ୍ଧା ସବୁଦିନ ସେମାନଙ୍କ ମୁହଁରେ ଟିକିଏ ଆହାର ଦେବ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି । କେଉଁ ପରିସ୍ଥିତିରେ ଯୁବା ବୟସରଙ୍କ ପ୍ରଥମେ ବାପ ଏବଂ ପରେ ପୁଅ ଅନ୍ଧ ହୋଇଗଲେ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ଏହି ଖବର ପହଂଚିବା ପରେ ମଧ୍ୟ ଆଜି ଭଳି ଦିନରେ ସ୍ୱାସ୍ଥ୍ୟ ବିଭାଗ ସହ ଜିଲ୍ଲା ପ୍ରଶାସନ ସଂପୂର୍ଣ ସ୍ଥାଣୁ ପାଲଟି ଯାଇଛି ତାହା ଜିଲ୍ଲାରେ ଚର୍ଚାର ବିଷୟ ପାଲଟିଥିବା ବେଳେ ଆଗାମୀ ଦିନରେ ଏହି ପରିବାର କେବଳ ଅସହାୟ ଅବସ୍ଥାରେ ମୃତ୍ୟୁ କୁ ଆଲିଙ୍ଗନ କରିବା ଟା ସାର ହେବ ବୋଲି ମଧ୍ୟ ଚର୍ଚା ଚାଲିଛି ।