Home ଜିଲ୍ଲା ପରିକ୍ରମା ଡକ୍ଟରର୍ସ ଡେ ପାଳିତ, ଭଣ୍ଡାରିପୋଖରୀ ମେଡିକାଲ ଅଧିକ୍ଷକ ସମ୍ମାନିତ

ଡକ୍ଟରର୍ସ ଡେ ପାଳିତ, ଭଣ୍ଡାରିପୋଖରୀ ମେଡିକାଲ ଅଧିକ୍ଷକ ସମ୍ମାନିତ

28

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ଭଦ୍ରକ ଶାଖା ପକ୍ଷରୁ ସମ୍ମାନିତ କରାଯାଇଛି । ଇଣ୍ଡିଆନ ମେଡିକାଲ ଆସୋସିଏସନ ଭଦ୍ରକ ଶାଖା ଓ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଶନିବାର ଜିଲ୍ଲା ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଡକ୍ଟରର୍ସ ଡେ ପାଳନ ଉତ୍ସବରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ଭଦ୍ରକ ଶାଖା ପୁର୍ବତନ ସଭାପତି ଡାକ୍ତର ହରିହର ନାୟକ ସଭାପତିତ୍ୱ କରିଥିଲେ । ଏଥିରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି, ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର, ଇଣ୍ଡିଆନ ମେଡିକାଲ ଆସୋସିଏସନ ଭଦ୍ରକ ଶାଖା ସଭାପତି ଡାକ୍ତର ରବିନ୍ଦ୍ର କୁମାର ନାୟକ, ସମ୍ପାଦକ ରଣଜିତ ଖଟୁଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରେ ସ୍ୱାସ୍ଥ୍ୟସେବା ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଡାକ୍ତରଙ୍କୁ ସମ୍ମାନିତ କରାଯାଇଥିଲା । ଦୁର୍ବଳ ଭିତ୍ତିଭୂମି ଥାଇ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତମ ଚିକିତ୍ସା ସେବା ଯୋଗାଇବା, କାୟାକଳ୍ପ ମାନଦଣ୍ଡ ପୂରଣ କରି ଜିଲ୍ଲାସ୍ତରରେ ପ୍ରଥମ ଓ ରାଜ୍ୟସ୍ତରରେ ୯ମ ସ୍ଥାନ ହାସଲ ସହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍ୱାସ୍ଥ୍ୟଉପକେନ୍ଦ୍ରରେ ଚିକିତ୍ସା ସେବାର ମାନ ବୃଦ୍ଧି ଦିଗରେ ବଳିଷ୍ଠ ଅବଦାନ ରଖିଥିବା ଡାକ୍ତର ସ୍ୱାଇଁଙ୍କୁ ଜିଲ୍ଲାପାଳ ଓ ମୁଖ୍ୟଚିକିତ୍ସାଧିକାରୀ ପ୍ରଶଂସା କରିବା ସହ ସମ୍ମାନିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.