ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତର ଜିଆରଏସ ପୂର୍ଣେନ୍ଦୁ ପାତ୍ରଙ୍କ ମରଣାନ୍ତକ ଆକ୍ରମଣରେ ଶିକାର ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ରାଜୁ ଜେନା । ଆଜି ଅପରାହ୍ଣ ୧୨ଟା ସମୟରେ ଆଦାନୀ ବନ୍ଦର ୧ନଂ ଗେଟ ନିକଟରେ ଥିବା ଏକ ହୋଟେଲର ସଂପୃକ୍ତ ଜିଆରଏସ ଲୁହା ରଡ ଏବଂ ପଥର ସାହାଯ୍ୟରେ ଦୋସିଙ୍ଗା ସମିପାଟିଆ ଗ୍ରାମର ରାଜୁ ଜେନାଙ୍କୁ ଅତର୍କିତ କରିଥିଲେ । ପୂର୍ଣେନ୍ଦୁଙ୍କ ଏହି ଅତର୍କିତ ଆକ୍ରମରେ ରାଜୁ ଆହତ ହୋଇ ତଳେ ପଡିଯାଇଥିଲେ ପରେ ଏକ ଲୁହା ରଡ ଏବଂ ପଥର ସାହାଯ୍ୟରେ ରାଜୁଙ୍କୁ ମୁଣ୍ଡକୁ ଏବଂ ଶାରା ଶରୀରକୁ ସେ ପିଟି ଚାଲିଥିଲେ । ସ୍ଥାନୀୟ ଦୋକାନୀ ଏହି ଖବର ଧାମରା ପୁଲିସକୁ ଦେବା ପରେ ଧାମରା ପୁଲିସ ଆସି ମୁର୍ମୁଷ ଅବସ୍ଥାରେ ରାଜୁକୁ ଆଣି ଧାମରା ମେଡିକାଲରେ ଭର୍ତି କରାଇଥିଲେ । ଆହତ ରାଜୁଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥିବାରୁ ପରେ ତାକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସେଠାରେ ଅବସ୍ଥା ଅତି ଗୁରୁତ୍ୱର ହେବାରୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ଜଣାଯାଇଛି । ପ୍ରାପ୍ତ ଖବର ଅନୁଯାୟୀ ରାଜୁ ଏକ ପ୍ରଧାନମନ୍ତ୍ରୀ ଆଓାସ ପାଇବା ପାଇଁ ଦୋସିଙ୍ଗା ଜିଆରଏସ ପୂର୍ଣେନ୍ଦୁ ପାତ୍ରକୁ ଦୀର୍ଘ ୨ବର୍ଷ ହେବ କିଛି ଟଙ୍କା ଦେଇଥିଲେ । ରାଜୁ ଏହି ପ୍ରଧାନମନ୍ତ୍ରୀ ଆଓାସ ନ ପାଇବାରୁ ସେ ଆଜି ସଂପୃକ୍ତ ଜିଆରଏସ ପୂର୍ଣେନ୍ଦୁଙ୍କୁ ଦେଇଥିବା ଟଙ୍କା ମାଗିଥିଲେ ଏହି କଥାରେ ସଂପୃକ୍ତ ଜିଆରଏସ ଉତ୍ୟକ୍ତ ହୋଇ ଲୁହା ରଡ ଏବଂ ପଥର ସାହାଯ୍ୟରେ ରାଜୁ ଜେନାକୁ ଆକ୍ରମଣ କରିଥିଲେ । ରାଜୁ ତଳେ ପଡିଯିବା ପରେ ସଂପୃକ୍ତ ଜିଆରଏସ ସେହି ହୋଟେଲରୁ ଖସି ଯାଇ ଦୋସିଙ୍ଗା ଠାରେ ଥିବା ଏକ ବ୍ୟାଙ୍କ ମଧ୍ୟରେ ଲୁଚି ଯାଇଥିଲେ । ଧାମରା ପୁଲିସ କୌଣସି ସୂତ୍ରରୁ ଖବର ପାଇ ସଂପୃକ୍ତ ଜିଆରଏସ ପୂର୍ଣେନ୍ଦୁ ପାତ୍ରଙ୍କୁ ବ୍ୟାଙ୍କ ରୁ ଆଣି ଥାନାରେ ଅଟକ ରଖିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ସଂପୃକ୍ତ ଜିଆରଏସ ଧାମରା ଥାନାରେ ଅଟକ ଥିବା ବେଳେ ଧାମରା ଥାନା ଅଧିକାରୀ ରାଜୁ ଜେନାଙ୍କ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ପାଇ ନଥିବା ଜଣାଯାଇଛି । ଲିଖିତ ଅଭିଯୋଗ ପାଇବା ପରେ ସେ ଏହି ବିଷୟରେ ତଦନ୍ତ କରି ସଂପୃକ୍ତ ଜିଆରଏସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଗଣମାଧ୍ୟମ ପାଖରେ ପ୍ରତିକ୍ରିୟା ରଖିଥିଲେ । ଅଂଚଳବାସୀ ଏହି ମରଣାତ୍ନକ ଆକ୍ରମଣରେ ଦୃଢ ନିନ୍ଦା କରିବା ସହ ସଂପୃକ୍ତ ଜିଆରଏସ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲାପାଳଙ୍କ ନିକଟରେ ଦାବୀ ରଖିଛନ୍ତି ।
Home ଜିଲ୍ଲା ପରିକ୍ରମା ଦୋସିଙ୍ଗା ଜିଆରଏସ ଙ୍କ ମରଣାନ୍ତକ ଆକ୍ରମଣରେ ଶିକାର ହେଲେ ସାଧାରଣ ଜନତା, ପୁଲିସ ଦ୍ୱାରା ଉଦ୍ଧାର...