Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାକୁ ମିଳିବ ଭୂମି ସମ୍ମାନ ପ୍ଲାଟିନମ୍ ସାର୍ଟିଫିକେଟ୍‌, ରାଷ୍ଟ୍ରପତିଙ୍କ ଠାରୁ ଜୁଲାଇ ୧୮ରେ ଗ୍ରହଣ...

ଭଦ୍ରକ ଜିଲ୍ଲାକୁ ମିଳିବ ଭୂମି ସମ୍ମାନ ପ୍ଲାଟିନମ୍ ସାର୍ଟିଫିକେଟ୍‌, ରାଷ୍ଟ୍ରପତିଙ୍କ ଠାରୁ ଜୁଲାଇ ୧୮ରେ ଗ୍ରହଣ କରିବେ ଜିଲ୍ଲାପାଳ

24

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୂମି ସମ୍ମାନ ପ୍ଲାଟିନମ୍ ପ୍ରମାଣପତ୍ର ପାଇବା ପାଇଁ ଭଦ୍ରକ ଜିଲ୍ଲା ଜାତୀୟ ସ୍ତରରେ ଯୋଗ୍ୟତା ହାସଲ କରିଥିବା ଆମ ଜିଲ୍ଲାପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବ ର ବିଷୟ । ସୂଚନା ଯୋଗ୍ୟ କି ଦେଶରେ ୬୮ ଟି ଜିଲ୍ଲା ଏହି ପ୍ରମାଣ ପତ୍ର ପାଇବା ପାଇଁ ତାଲିକା ଭୁକ୍ତ ହୋଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବୋନ୍ଦର ଆଗାମୀ ଜୁଲାଇ ୧୮ ତାରିଖ ମଙ୍ଗଳବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପୂର୍ବାହ୍ନ ୧୧ଟାରେ ସମ୍ମାନନୀୟା ରାଷ୍ଟ୍ରପତିଙ୍କ ଠାରୁ ଏହି ପ୍ରମାଣ ପତ୍ର ଗ୍ରହଣ କରିବା କାର୍ଯ୍ୟକ୍ରମ ଅଛି । ଜିଲ୍ଲାପାଳଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶାନ୍ତନୁ କୁମାର ମହାନ୍ତିଙ୍କ ମାର୍ଗଦର୍ଶନରେ ଜିଲ୍ଲଶର ସମସ୍ତ ତହସିଲ୍‌ଦାର ଓ ତହସିଲର ସମ୍ପୃକ୍ତ କର୍ମଚାରୀମାନଙ୍କ ସାମୁହିକ ଉଦ୍ୟମ ଯୋଗୁଁ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାକୁ ଏହି ସମ୍ମାନ ପ୍ରାପ୍ତ ହୋଇଛି । ଏଥିପାଇଁ ଜିଲ୍ଲାପାଳ ସମୁଦାୟ ଟିମ୍ କୁ ଶ୍ରେୟ ପ୍ରଦାନ କରିଛନ୍ତି ଏବଂ ଅନ୍ୟ ସମସ୍ତ କ୍ଷେତ୍ରରେ ଏହିଭଳି ଉତ୍ସର୍ଗୀକୃତ କାର୍ଯ୍ୟ କଲେ ଆଗାମୀ ଦିନରେ ଜିଲ୍ଲାକୁ ଆହୁରି ଅନେକ ସମ୍ମାନ ମିଳିବ ବୋଲି ପ୍ରକାଶ କରିଥିଲେ । ପ୍ରକାଶ ଥାଉ କି ଜମିଜମା ରେକର୍ଡ଼, ଭୂ ନକ୍ସା ସମ୍ପର୍କିତ କମ୍ପ୍ୟୁଟରୀ କରଣ କାର୍ଯ୍ୟ ଓ ଅନ୍ୟ କେତେକ ପାରାମିଟର ମାପକ ଆଧାରରେ ଏହି ପ୍ରମାଣପତ୍ର ପ୍ରଦାନ ପାଇଁ ଯୋଗ୍ୟ ବିବେଚିତ କରାଯାଇଥାଏ । ୬୮ ଜିଲ୍ଲା ମଧ୍ୟରେ ୯ଟି ରାଜ୍ୟର ଜିଲ୍ଲା ଅନ୍ତର୍ଭୁକ୍ତ ଅଛି ଏବଂ ଓଡ଼ିଶାର ସର୍ବାଧିକ ୧୯ଟି ଜିଲ୍ଲା ଏହି ତାଲିକାରେ ସ୍ଥାନିତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.