Home ଜିଲ୍ଲା ପରିକ୍ରମା ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା

ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା

27

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଭଦ୍ରକ ଶ୍ରମବିଭାଗ ଜରିଆରେ ଶିଶୁ ଶ୍ରମିକ ନିରାକରଣ ଶୋଭାଯାତ୍ରା ଆୟୋଜିତ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଭଦ୍ରକ ଶ୍ରମବିଭାଗର ମଣ୍ଡଳ ଶ୍ରମ ଆୟୁକ୍ତ ସଚିଦାନନ୍ଦ ଜେନା, ସହ ଶ୍ରମ ଅଧିକାରୀ ଶ୍ରୀ ରତ୍ନାକର ମଲିକ ଏବଂ ଶ୍ରୀମତୀ ପ୍ରେମମଞ୍ଜରୀ ନାୟକ, ଚାଇଲ୍ଡ ଲାଇନ୍ ଆସିଆନାର ସଂଯୋଜକ ରିଆଜ ଅହମଦ, ଚାଇଲ୍ଡ ଲାଇନ୍ ସଂଯୋଜକ ରମାକାନ୍ତ ଜେନା, ଚାଇଲ୍ଡ ଲାଇନ୍ ସବ୍‌ସେଣ୍ଟର ଚାନ୍ଦବାଲିର ବନସ୍ମିତା ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗରୁ ସୁବ୍ରତ ଦାସ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ, ଦେବରାଜ ପାଣିଗ୍ରାହୀ, ଭାରତୀ ରାଉତ, ସଦସ୍ୟ ଅମର ବାରିକ ଶ୍ରମ ସଂଗଠନର କର୍ମକର୍ତ୍ତା ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ । ଶୋଭାଯାତ୍ରା ଭଦ୍ରକ ଶ୍ରମକାର୍ଯ୍ୟାଳୟରୁ ଆରମ୍ଭ ହୋଇ ସହର ପରିକ୍ରମା କରି ସମାଜକୁ ଶିଶୁ ଶ୍ରମମୁକ୍ତ କରିବାର ବାର୍ତ୍ତା ପ୍ରଚାର ଏବଂ ପ୍ରସାର କରାଯାଇଥିଲା ଏବଂ ଶିଶୁ ଶ୍ରମିକ ନିଯୁକ୍ତି ଦାତାଙ୍କୁ ଦଣ୍ଡବିଧାନର ବାର୍ତ୍ତା ପ୍ରଚାର କରାଯାଇଥିଲା । ଜିଲ୍ଲା ପୋଲିସ୍ ବିଭାଗର ସହଯୋଗରେ ଏହି ଶୋଭାଯାତ୍ରା ସଫଳଭାବରେ ସମ୍ପୂର୍ଣ୍ଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.