ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀ ବାମପାଶ୍ୱର୍ ବାଲିପୋଖରୀ ପଞ୍ଚାୟତ ଅନ୍ତର୍ଗତ ବାଲିପୋଖରୀ ଏସକେପ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏହାର ବିକଳ୍ପ ଯୋଗଯୋଗକାରୀ ରାସ୍ତା ନିର୍ମାଣ କରାଯାଇନଥିବାରୁ ଜନସାଧାରଣ ଯାତାୟତରେ ଅସୁବିଧା ସମ୍ମୁଖିନ ହେଉଥିବା ଜଣାଯାଇଛି । ଯାଜପୁର ସହରକୁ ପହଞ୍ôଚବା ପାଇଁ ନଦୀବନ୍ଧରେ ସ୍ୱଳ୍ପ ଦୂରତା ଅତିକ୍ରମ କରିବାକୁ ପଡୁଥିବାରୁ ନଦୀବନ୍ଧକୁ ବହୁ ଲୋକ ଦୈନିକ ବ୍ୟବହାର କରୁଛନ୍ତି । ଦୈନିକ ହଜାର ହଜାର ଲୋକ ବାଇକ, ସାଇକେଲ ଯୋଗେ ଏହି ରାସ୍ତାକୁ ବ୍ୟବହାର କରୁଥିବା ଜଣାଶୁଣା କଥା । ମାତ୍ର ଏସକେପରର କଂକ୍ରିଟକରଣ କାର୍ଯ୍ୟ ଚାଲୁଥିବା ବେଳେ ଅସ୍ଥାୟୀ ରାସ୍ତା ଅଭାବରୁ ଯାତାୟତକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ପ୍ରକାଶ କରିଛନ୍ତି । ୨୦୨୨ ଅପ୍ରେଲ ମାସରେ ଆରମ୍ଭ ହେବାକୁ ଥିବା ଏହି ଏସକେପର ନିର୍ମାଣ ବିବାଦ ଯୋଗୁଁ ୬ ମାସ ବିଳମ୍ବ ହୋଇଥିଲା । ସ୍ୱାଭାବିକ ଭାବେ ୨୦୨୩ ଅପ୍ରେଲରେ ନିର୍ମାଣ ସମାପ୍ତ ଅବଧି ମଧ୍ୟ ବିଳମ୍ବ ହେବାରେ ଲାଗିଛି । ଏବେ ବର୍ଷା ଦିନ ପାଖେଇ ଆସୁଥିବାରୁ ଏସକେପ ପାଶ୍ୱର୍ରେ ପାଦଚଲା ରାସ୍ତାରେ ବିପଦସଙ୍କୁଳ ଭାବେ ଯାତାୟତ କରୁଥିବା ବାଇକ ଆରୋହୀମାନେ ଯିବାଆସିବା ସମ୍ଭବ ହେବ ନାହିଁ । କାରଣ ପାଦଚଲା ରାସ୍ତା ଖାଲୁଆ ଥିବାରୁ ବର୍ଷା ଜଳରେ କର୍ଦ୍ଦମାକ୍ତ ହେବା ସହ ପାଣିରେ ପରିପୂର୍ଣ୍ଣ ହେବ । ଜନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ ସମୟରେ ବିଭାଗ ପକ୍ଷରୁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବା କଥା । ସ୍ଥାନୀୟ ଅଧିବାସୀମାନେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ମଧ୍ୟ ଦାବି କରିନାହାନ୍ତି । ବିଭାଗୀୟ ଯନ୍ତ୍ରୀମାନେ ଏହି ପ୍ରସଙ୍ଗକୁ ଭୁଲିଯାଇ ରାସ୍ତା ନିର୍ମାଣକୁ ଏଡାଇ ଯାଇଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଥିବା ଜଣାଯାଇଛି । ସଂପୃକ୍ତ ଠିକାଦାର ଅସ୍ଥାୟୀ ରାସ୍ତା ନିର୍ମାଣ ଅଟକଳରେ ନଥିବାରୁ ନିର୍ମାଣ କରାଯାଇ ନାହିଁ ବୋଲି ସଫେଇ ଦେଇଥିବା ବେଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏହାର ବ୍ୟବସ୍ଥା ହେବ ବୋଲି ମତପ୍ରକାଶ କରିଛନ୍ତି ।