Home ଜିଲ୍ଲା ପରିକ୍ରମା ଅଘୋଷିତ ବିଦ୍ୟୁତ୍‌କାଟ୍ ପ୍ରତିବାଦରେ ବିଜେପିର ବିକ୍ଷୋଭ, କାର୍ଯ୍ୟାଳୟରେ ପକାଇଲେ ତାଲା

ଅଘୋଷିତ ବିଦ୍ୟୁତ୍‌କାଟ୍ ପ୍ରତିବାଦରେ ବିଜେପିର ବିକ୍ଷୋଭ, କାର୍ଯ୍ୟାଳୟରେ ପକାଇଲେ ତାଲା

20

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଘୋଷିତ ବିଦ୍ୟୁତ୍‌କାଟ ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଭଣ୍ଡାରିପୋଖରୀ ବ୍ଲକ୍ ଶାଖା ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସ୍ଥାନୀୟ ବିଦ୍ୟୁତ୍ ବିଭାଗୀୟ କାର୍ଯ୍ୟାଳୟରେ ଆନ୍ଦୋଳନକାରୀମାନେ ତାଲା ପକାଇ ଦେଇଥିଲେ । ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବିଦ୍ୟୁତ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଦଳୀୟ କର୍ମୀମାନେ ଅଘୋଷିତ ବିଦ୍ୟୁତ୍‌କାଟର ପ୍ରତିବାଦ, ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି, ଟାଟା ପାୱାର ବିରୁଦ୍ଧରେ ବିଭିନ୍ନ ପ୍ଲା କାର୍ଡ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖ ପ୍ରତିବାଦ ସଭାରେ ଶ୍ରୀ ଧଳ ଓ ଦଳର ବିଧାନସଭା ସଂଯୋଜକ ପ୍ରକାଶ ମହାପାତ୍ର ଉଦ୍‌ବୋଧ ଦେଇ ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାରର ଅଘୋଷିତ ବିଦ୍ୟୁତ୍‌କାଟ, କର୍ମଚାରୀଙ୍କ ଜୁଲମ ଓ ବିଦ୍ୟୁତ୍ ଶୁଳ୍କ ବ୍ୟବସ୍ଥାର ଦୁର୍ନୀତି ସଂପର୍କରେ ଆରୋପ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ଇସ୍ତଫା ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ଗିରିଶ ସାମଲ, ବଳଦେବଜୀଉ ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁ, ସୁବର୍ଣ୍ଣମୁଖୀ ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ଜିଲା ସଂପାଦିକା ତପସ୍ୱିନୀ ମହାପାତ୍ର, ସରପଞ୍ଚ ରଂଜନ ପରିଡା, ନପଙ୍ଗ ସରପଞ୍ଚ ସୁବାସିନୀ ନାୟକ, ସମିତି ସଭ୍ୟ ପ୍ରତାପ ଦ୍ୱିବେଦୀ, ଲଳିତ ନାୟକ, ତରଣୀସେନ ଜେନା, ବୀରେନ୍ଦ୍ର ନାୟକ, ଅମୂଲ୍ୟ ସେଠୀ, ବିକାଶ ନାୟକ, ଶିବାନୀ ଶଙ୍କର ସ୍ୱାଇଁ, ସୁରେଶ ଦାସ, ପର୍ଶୁରାମ ପରିଡା, ପ୍ରଦୀପ ପାଢୀ, ବସନ୍ତ କୁମାର ବିଶ୍ୱାଳ, ଗଣେଶ ପ୍ରସାଦ ଜେନା, ମିଟୁ ବେହେରା, ଅଜୟ ରାଉତ, ଜଗନ୍ନାଥ ଦାସ, ସାଗର ଲେଙ୍କା, ସତ୍ୟଜିତ ରାଉତ, ସତ୍ୟବ୍ରତ ଜେନା, ନିରାକାର ସାହୁ, ରବିନ୍ଦ୍ର ଦେଓ, ବସନ୍ତ ବିଶ୍ୱାଳ ପ୍ରମୁଖ ବିଭିନ୍ନ ପଂଚାୟତର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ସ୍ଥାନୀୟ ଥାନାଧିକାରୀ ତପନ ପ୍ରଧାନଙ୍କ ଉପସ୍ଥିତିରେ ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀଙ୍କ ଆଲୋଚନା ପରେ କାର୍ଯ୍ୟାଳୟର ତାଲା ଖୋଲାଯିବା ସହ ଅଘୋଷିତ ବିଦ୍ୟୁତ୍ କାଟ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଓ ଏହି ବ୍ଲକ୍‌ର ରାଢୋ ଷ୍ଟ୍ରକଚରରେ ଅଘୋଷିତ ବିଦ୍ୟୁତକାଟ ସମସ୍ୟାକୁ ନେଇ ଗୁରୁବାର ରାତିରେ ଘଟିଥିବା ଗଣ୍ଡଗୋଳରେ ବିଭାଗ ପକ୍ଷରୁ ଦିଆଯାଇଥିବା ଏତଲା ପ୍ରତ୍ୟାହାର ପାଇଁ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.