ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ମୃତି ଏକ ଅମୂଲ୍ୟ କୈବଲ୍ୟ । ନିଆରା ସାଇତା ଧନ ନାହିଁ ତାର ମୂଲ । ଖାଲି ପବିତ୍ର ନୟନରେ ଦିଶେ ଝଲମଲ । ଏପରି ଏକ ଭାବ ବିହ୍ୱଳ ମୁହୂର୍ତ୍ତ ଆସିଥିଲା ରମ୍ଭିଳା ଗ୍ରାମ ପଞ୍ଚାୟତସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ । ରମ୍ଭିଳା ବୀଣାପାଣି ପ୍ରାଇମେରୀ ବିଦ୍ୟାଳୟଠାରୁ ମାଇନର ପର୍ଯ୍ୟନ୍ତ ପରସ୍ପର ସ୍ନେହ, ଶ୍ରଦ୍ଧା, ଖେଳ, କୌତୁକ ଆଦି ସତୁରୀ ବର୍ଷ ଅତିକ୍ରାନ୍ତ କରିଥିଲେ ସୁଦ୍ଧା ତାହା ସାଇତା ବୁକୁ ତଳେ ମଧୁର ସ୍ମୃତି ଭାଷାରେ ଭାଷାରେ ପ୍ରକାଶ ପାଇଥିଲା । ନିଜ ଗହଣରୁ ହଜି ଯାଇଥିବା ଦିବଂଗତ ଆତ୍ମାର ସଦ୍ଗତି କାମନା କରିବା ସଂଗେସଂଗେ ନିଜେ ବୟସର ଅପରାହ୍ଣରେ ପହଞ୍ôଚଥିବାରୁ ଅବସର ଜୀବନରେ ପରସ୍ପର ନିରାଶ୍ରୟ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିୀଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ୱନାଥ ମହାନ୍ତି, ଗୋପାଳ ଚନ୍ଦ୍ର ମହାନ୍ତି, ବନମାଳୀ ମହାନ୍ତି, ଅନ୍ନପୂର୍ଣ୍ଣ ପଣ୍ଡା, ହୃଷିକେଶ ଶୁକ୍ଳ, କେଶବ ଚନ୍ଦ୍ର ଶୁକ୍ଳ, ରମାକାନ୍ତ ପରିଡ଼ା, ସନାତନ ଦାସ, ବାବାଜୀ ଘଡ଼େଇ, ସୁବଳ ନାୟକ, ଗଙ୍ଗାଧର ଦାସ, ଉମାକାନ୍ତ ନାୟକ ପ୍ରମୁଖ କିଛି ମୁହୂର୍ତ୍ତ ହଜିଲା ଅତୀତ କାହାଣୀରେ ମଜି ଯାଇ ନିଜକୁ ଧନ୍ୟ ମନେ କରିଥିଲେ ।