Home ଜିଲ୍ଲା ପରିକ୍ରମା ପୁଲିସ୍ ଠାରୁ ନ୍ୟାୟ ନପାଇ ବିଧବା ପତ୍ନୀ ଓ ଝିଅଙ୍କ ଅନଶନ

ପୁଲିସ୍ ଠାରୁ ନ୍ୟାୟ ନପାଇ ବିଧବା ପତ୍ନୀ ଓ ଝିଅଙ୍କ ଅନଶନ

31

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଲିସ୍ ଠାରୁ ନ୍ୟାୟ ନପାଇ ପୀରହାଟ ଥାନା ଅନ୍ତର୍ଗତ ଅର୍ଜୁନବିନ୍ଧା ଗ୍ରାମର ବିଧବା କନକ ବେହେରା (୫୦) ଓ ବାପ ଛେଉଣ୍ଡ ଝିଅ (୨୩) ଆଜି ପ୍ରଚଣ୍ଡ ଖରାରେ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ବିଧବା ପତ୍ନୀ ଓ ଝିଅଙ୍କ ଅଭିଯୋଗ ଗତ ତା ୦୧.୦୫.୨୩ ରିଖରେ ଭଦ୍ରକ କୋର୍ଟ ପରିସରରେ କେତେକ ବ୍ୟକ୍ତି ତାଙ୍କୁ ମାରପିଟ କରିବା ସହ ଟଙ୍କା ଓ ମୋବାଇଲ୍ ଛଡାଇ ନେଇଥିଲେ । ବିଭିନ୍ନ ଧମକ ଚମକ ମଧ୍ୟ ଦେଇଥିଲେ । ଏ ସଂପର୍କରେ ସେମାନେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାବ୍ୟତୀତ ଜିଲାପାଳ, ପୁଲିସ୍ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ ଆଜିଯାଏ ପୁଲିସ୍ ପକ୍ଷରୁ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାର ଅଭିଯୋଗ କରିଛନ୍ତି । ଏଭଳି ପରିସ୍ଥିତିରେ ନିରୁପାୟ ହୋଇ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଅନଶନ କରିବାକୁ ବାଧ୍ୟ ହେଲୁ ବୋଲି ବିଧବା ମା ଓ ଝିଅ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଅପରପକ୍ଷରେ ନ୍ୟାୟ ପାଇଁ ଜିଲାପାଳଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.