ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଣିନାଥପୁର ଗୋପବନ୍ଧୁ ଯୁବକ ସଂଘର ନବନିର୍ମିତ ଗୃହ ଓ ଲକ୍ଷ୍ମଣନାଥ ଦାଶ ପାଠାଗାରର ନୂତନ ଗୃହ ଆଜି ଉଦଘାଟିତ ହୋଇଯାଇଛି । ଯୁବକ ସଂଘ ସଭାପତି ଗଜେନ୍ଦ୍ର ଦାସ ଓ ସମ୍ପାଦକ ସୁରଥ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପୁଲିସ ଅଧିକାରୀ ବୈଦ୍ୟନାଥ ସୋରେନ ମୁଖ୍ୟ ଅତିଥି, ଗାଁ ମୁରବୀ ବସନ୍ତ କୁମାର ବେଉରିଆ, ଶିକ୍ଷକ ସୂର୍ଯ୍ୟକାନ୍ତ ବରାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉଦଘାଟନ କରିଥିଲେ ।୧୯୮୮ ମସିହାରେ ପ୍ରତିଷ୍ଠିତ ଏହି ସଂଘର ନୂତନ ଗୃହ ଆକର୍ଷଣୀୟ ଭାବେ ସଂଘ ସଦସ୍ୟଙ୍କ ନିଜସ୍ୱ ଉଦ୍ୟମରେ ନିର୍ମିତ ହୋଇଛି । ସେହିପରି ସ୍ୱର୍ଗତ ଶିକ୍ଷକ ଲକ୍ଷ୍ମଣନାଥ ଦାଶଙ୍କ ଦ୍ୱାରା ୧୯୬୧ ମସିହାରେ ପ୍ରତିଷ୍ଠିତ ପାଠାଗାର ନୂତନ ଗୃହ ଅନୁରୂପ ଭାବେ ନିର୍ମାଣ କରାଯାଇଛି । ଦୈନନ୍ଦିନ ପାଠକଙ୍କ ପାଇଁ ସ୍ୱତନ୍ତ୍ର କକ୍ଷ ନିର୍ମାଣ କରାଯାଇ ପୁସ୍ତକ ସଂଗ୍ରହ କରାଯାଇଛି । ଏହା ଦ୍ୱାରା ଗ୍ରାମବାସୀଙ୍କ ମଧ୍ୟରେ ପାଠକୀୟ ପ୍ରବୃତ୍ତି ଅତୁଟ ରହିପାରିବ ବୋଲି ଆଶା ପ୍ରକାଶ ପାଇଛି । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଦୁଃଖିଶ୍ୟାମ ଦାଶଙ୍କ ସମେତ ସୁଶାନ୍ତ ବେହେରା, ଆଲୋକ ଦାସ, ପ୍ରଭାତ ମହାରଣା, ଅଜୟ ମହାଳିକ ପ୍ରମୁଖ ଯୁବକ ସଂଘ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।