Home ଜିଲ୍ଲା ପରିକ୍ରମା ବ୍ଲକସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ, ଶିକ୍ଷକ ଓ ଶିକ୍ଷା ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରହିଲେ ଶିକ୍ଷାର...

ବ୍ଲକସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ, ଶିକ୍ଷକ ଓ ଶିକ୍ଷା ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରହିଲେ ଶିକ୍ଷାର ବିକାଶ ହୋଇପାରିବ

52

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷାଧିକାରୀ ମଦୁସୂଦନ ସେଣ୍ଢ ଓ ଗଳଗଣ୍ଡପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପ୍ରାଥମିକ ଶିକ୍ଷକ ସଂଘର ଜିଲା ସମ୍ପାଦକ ମନୋରଂଜନ ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉତ୍ସବକୁ ପୂର୍ବତନ ଚାନ୍ଦବାଲି ବିଧାୟକ ବିଜୟ କୁମାର ନାୟକ ଉଦ୍‌ଘାଟକ ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ରବିବାର ଗଳଗଣ୍ଡପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମାୟାଧର ସାହୁଙ୍କ ସଭାପତିତ୍ୱ ଓ ସିଆରସିସି ମନ୍ମଥ କୁମାର ଦାସଙ୍କ ସଂଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପରିଷଦ ସଭ୍ୟା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ବିଦ୍ୟୁତ୍‌ଲତା ନାୟକ ଯୋଗ ଦେଇ ଶିକ୍ଷକ ଓ ଶିକ୍ଷାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରହିଲେ ଶିକ୍ଷାର ବିକାଶ ହୋଇପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ଶିକ୍ଷା ବିଭାଗ ଡେପୁଟି ଡାଇରେକ୍ଟର ସଂଗ୍ରାମ କୁମାର ସାହୁ ଯୋଗ ଦେଇ ଅବସର ପରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିକ୍ଷାର ଉନ୍ନତି ପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ ।

ସମ୍ମାନିତ ବକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ତ୍ୟାଗଭୂମି ସମ୍ମେଳନ ସଭାପତି ଅଜୟ କୁମାର ନାୟକ, ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ, ଖଗେଶ୍ୱର ବେହୁରା, ଚିତ୍ତରଂଜନ ତ୍ରିପାଠୀ, ପୂର୍ବତନ ଜିଲା ଶିକ୍ଷାଧିକାରୀ ମିହିର କୁମାର ଦାସ, ପୂର୍ବତନ ଜିଲାପରିଷଦ ସଭ୍ୟ ଦେବେନ୍ଦ୍ର ପୁହାଣ, ବ୍ଲକ ଅନୁଶିକ୍ଷାଧିକାରୀ ସନ୍ତୋଷ କୁମାର ରାଉତ, ବ୍ଲକ ସହଶିକ୍ଷାଧିକାରୀ ଦାମୋଦର ଜେନା, ଭାରପ୍ରାପ୍ତ ସହଶିକ୍ଷାଧିକାରୀ ଗିରିଧାରୀ ଚାନ୍ଦ, ପୂର୍ବତନ ସହଶିକ୍ଷାଧିକାରୀ ରୁଦ୍ରମାଧବ ହୋତା, ଶିକ୍ଷକ ହୃଦାନନ୍ଦ ଦ୍ୱିବେଦୀ, ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ଦାସ, ବ୍ଲକ ସହଶିକ୍ଷାଧିକାରୀ ରତ୍ନାକର ସାହୁ, ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସଂଗଠନ ସମ୍ପାଦିକା ଚାରୁଲତା ମହାପାତ୍ର, ବ୍ଲକ ସଂଘ ସମ୍ପାଦକ ରମାକାନ୍ତ ଦାସ, ସଂଗଠନ ସମ୍ପାଦକ ଶ୍ରୀନାଥ ମଲିକ, ଜିଲା ସଂଗଠନ ସଭାପତି ବାବୁଲା ରାଉତ, ଜିଲା ସମ୍ପାଦକ ସମୀର କୁମାର ଜେନା, ସରପଞ୍ଚ ପବିତ୍ରା ବିଶ୍ୱାଳ, ସମିତିସଭ୍ୟ ଭାଗିରଥି ମଲିକ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଂଜନ ନାୟକଙ୍କ ଜୀବନ କାର୍ଯ୍ୟଧାରା ଉପରେ ଆଧାରିତ ପତ୍ରିକା ‘ଅନନ୍ୟ ଅପରାହ୍ନ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସିଆରସିସି ସରୋଜ କୁମାର ଓଝା ପୁସ୍ତକର ସମୀକ୍ଷା କରିଥିବା ବେଳେ ସିଆସିସି ଦିଲୀପ କୁମାର ପଣ୍ଡା ମାନପତ୍ର ପାଠ କରିଥିଲେ । ଶେଷରେ ମନୋରମା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଦୀପ୍ତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭା ପରିଚାଳନାରେ ଗଳଗଣ୍ଡପୁର ସ୍କୁଲର ଶିକ୍ଷକ ବଂଶୀଧର ଦାସଙ୍କ ସହିତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସିଆରସିସି ସଂଜୟ କୁମାର ଦାସଙ୍କ ସମେତ ଅନ୍ୟ ସମସ୍ତ ସିଆରସିସି ସହଯୋଗ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲା ସହସମ୍ପାଦକ ରୂପେଶ କୁମାର ସାହୁ, ପୂର୍ବତନ ସଭାପତି ଅକ୍ଷୟ କୁମାର ବାରିକ, ବନ୍ତ ବ୍ଲକ ସମ୍ପାଦକ, ଧର୍ମେନ୍ଦ୍ର ନାରାୟର ଜେନା, ସହସମ୍ପାଦକ ସୁଧୀର କୁମାର ରାଉତ, ବିନୋଦ ବିହାରୀ ଦାସ, ଜିଲା ପୂର୍ବତନ ସଭାପତି ଭାସ୍କର ଚନ୍ଦ୍ର ପାଢ଼ୀ, ଭଦ୍ରକ ବ୍ଲକ ସଭାପତି ଅରୁଣ କୁମାର ମଲ୍ଲିକ, ଜିଲା ସଂଘ ଉପସଭାପତି ଭାସ୍କର ଚନ୍ଦ୍ର ନାୟକ, ଜିଲା ସଂଘ ଉପଦେଷ୍ଟା ସୁରେନ୍ଦ୍ର କୁମାର ମଲ୍ଲିକ, ଜିଲା ଉପସଭାନେତ୍ରୀ ଗୌରୀ ଶତପଥି, ବସନ୍ତ କୁମାର ବଳ, ବିଶ୍ୱନାଥ ଦାସ, ନୃସିଂହ ଚରଣ ସାହୁ, କେଶବ ଚନ୍ଦ୍ର ସାହୁ, ସୁଧୀର ସାମଲ, ଜଗନ୍ନାଥ ମହାକୁଡ଼, ଅକ୍ଷୟ କୁମାର ଜେନା, ଦୀନରଂଜନ ପାଢ଼ୀ, ନିରୋଜ କୁମାର ମଳିକ, ଦୟାନିଧି ନାୟକ, ହେମନ୍ତ ରାଉତ, ପ୍ରଦୀପ ନାୟକ, ନିର୍ମଳ ଚନ୍ଦ୍ର ଦାସ, ମନୋରଂଜନ ପଣ୍ଡା, ବିକାଶ ଚନ୍ଦ୍ର ଦାସ, ରାଜେନ୍ଦ୍ର ବାରିକ, ଶୁଭେନ୍ଦୁ ସାହୁ, ଜୟନ୍ତୀ ଜେନା, ବିଶ୍ୱରଂଜନ ନାୟକ, ଶିଶିର କୁମାର ପଣ୍ଡା, ଜୟପ୍ରକାଶ ନାୟକ, ସୁରେଶ ପରିଡ଼ା, ଅମରେନ୍ଦ୍ର ନାୟକ, ରାଣାପ୍ରତାପ ନାୟକ, ପ୍ରଧାନ ଶିକ୍ଷକ ଗଣେଶ ପ୍ରସାଦ ରାଉତ, ଗାନ୍ଧାରୀମଣି ନାୟକ, ପ୍ରଭାତ କୁମାର ମିଶ୍ର, ନମିତା ବିଶ୍ୱାଳ, ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ, ସୁବାସ ମହାଳିକ, ମଦନ ନାୟକ, ସୁଶାନ୍ତ ନାୟକ, ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ପୁରୁଷୋତ୍ତମ ମଲିକ, ପ୍ରସନ୍ନ କୁମାର ନାୟକ, ସୁଶାନ୍ତ କୁମାର ପୁହାଣ, କରୁଣାକର ଓଝା, ପ୍ରହଲ୍ଲାଦ ଚନ୍ଦ୍ର ଦାସ, ପଙ୍କଜ ଶତପଥି, ସୁକାନ୍ତ ସାହୁ, ମୃତ୍ୟୁଞ୍ଜୟ ବାରିକ, ଅନୀଲ କୁମାର ଦାସ, ପ୍ରିୟଙ୍କା ନାୟକ, ସମ୍ବିତା ଦାସ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ଦେଇଥିବା ବେଳେ ସହଯୋଗ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଂଜନ ନାୟକ କ୍ଲାସ-୩ କେଡର ଭାବେ ପଦୋନ୍ନତି ହୋଇ ଅବସର ନେଲେ । ଏହି ସଭାରେ ତାଙ୍କୁ ପଦୋନ୍ନତି ପତ୍ର ଦିଆଯାଇଥିଲା । ପ୍ରାରମ୍ଭରେ ଅବସରପ୍ରାପ୍ତ ଶିକ୍ଷାଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ଶୋଭାଯାତ୍ରାରେ ପଞ୍ଚାୟତ ପରିକ୍ରମା କରାଯାଇଥିଲା । ତେବେ ଏହି ଅବସର କାଳୀନ ବର୍ଣ୍ଣାଢ଼୍ୟ ସମ୍ବର୍ଦ୍ଧନା ଉତ୍ସବ ବ୍ଲକର ଉଦାହରଣ ସୃଷ୍ଟି କରିଛି । ସଭାରେ ବ୍ଲକର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.