Home ଜିଲ୍ଲା ପରିକ୍ରମା ଚାରିତରଫ ସେବା ସମବାୟ ସମିତି ପକ୍ଷରୁ ମୃତ ଚାଷୀଙ୍କୁ ବୀମା ରାଶି ପ୍ରଦାନ, ସେବା ପାଇଁ...

ଚାରିତରଫ ସେବା ସମବାୟ ସମିତି ପକ୍ଷରୁ ମୃତ ଚାଷୀଙ୍କୁ ବୀମା ରାଶି ପ୍ରଦାନ, ସେବା ପାଇଁ ସମବାୟ ସମିତି ଉଦ୍ଦିଷ୍ଟ : ଶାଖା ପରିଚାଳକ

20

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଚାରିତରଫ ସେବା ସମବାୟ ସମିତି ପକ୍ଷରୁ ମୃତ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରାଯାଇଛି । ଏହି ଅବସରରେ ବୁଧବାର ସମବାୟ ସମିତି ପରିସରରେ ସମବାୟ ସମିତି ସଭାପତି ସୀମାରାଣୀ ବାରିକଙ୍କ ସଭାପତିତ୍ୱ ଓ ସମ୍ପାଦକ ମନୋରଂଜନ ବଳଙ୍କ ସଂଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ-ବାଲେଶ୍ୱର ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣ ଯୋଗଦେଇ ସେବା ସମବାୟ ସମିତି ସର୍ବଦା ଲୋକମାନଙ୍କର ସେବା କରି ଆସୁଛି । ଏଥିପାଇଁ ସମବାୟ ସମିତି ସେବା ନିମିତ୍ତି ଉଦ୍ଦିଷ୍ଟ । ଚାଷୀଙ୍କୁ ଋଣ, ସାର, ବିହନ, ଇତ୍ୟାଦି ସେବା ଯୋଗାଇ ଦେଇ ଆସୁଥିବା ବେଳେ ସାଧାରଣ ଲୋକମାନଙ୍କର ମଧ୍ୟ ସେବା ସମବାୟ ସମିତି ଉପକାର କରିଆସୁଛି । ଜଣେ ଚାଷୀ ଯେକୌଣସି ଦୁର୍ଘଟଣାରେ ମୃତ୍ୟୁବରଣ କଲେ ସେବା ସମବାୟ ସମିତି ସେହି ମୃତ ଚାଷୀଙ୍କୁ ବୀମାରାଶି ପ୍ରଦାନ କରୁଛି ।

ସମବାୟ ସମିତିର ସମସ୍ତ ବୋର୍ଡ଼ ସଦସ୍ୟମାନେ ଏଥିପ୍ରତି ଯତ୍ନବାନ ହୋଇ ସମବାୟ ସମିତିର ଅଗ୍ରଗତି କରିବା ଦିଗରେ ଯତ୍ନବାନ ହେଲେ ସମିତି ଆହୁରି ଲୋକମାନଙ୍କର ସେବା କରିପାରିବ ବୋଲି କହିଥିଲେ । ଏହି ସଭାରେ ସମ୍ମାନିତ ଅତିଥି ଭାବେ ଜାମଯୋଡ଼ି ସରପଞ୍ଚ ପ୍ରଶାନ୍ତ କୁମାର ବିଶ୍ୱାଳ, ରାଜନଗର ସରପଞ୍ଚ ପ୍ରତିନିଧି ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ସମବାୟ ସମିତି ଅବସରପ୍ରାପ୍ତ ସମ୍ପାଦକ ସୁଦର୍ଶନ ସ୍ୱାଇଁ, ପୂର୍ବତନ ସରପଞ୍ଚ ସନାତନ ବାରିକ, ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସମସ୍ତଙ୍କର ଉଦ୍ୟମ ରହିଲେ ସମବାୟ ସମିତିର ଉନ୍ନତି ହୋଇପାରିବ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ୨୦୨୨ ଜୁନ୍ ୧୫ ତାରିଖରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମବାୟ ସମିତିର ଋଣୀ ସାମନ୍ତରାୟପୁର ଗ୍ରାମର ପ୍ରତାପ ମଲ୍ଲିକଙ୍କ ପତ୍ନୀ ପ୍ରଭାଞ୍ଜଳି ମଲ୍ଲିକଙ୍କୁ ୫ଲକ୍ଷ ଟଙ୍କା ଚେକ୍ ଆକାରରେ ବିମାରାଶି ପ୍ରଦାନ କରାଯାଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବସନ୍ତ କୁମାର ନାୟକ, ପୂର୍ବତନ ସମ୍ପାଦକ ଚିତ୍ତରଂଜନ ସ୍ୱାଇଁ, ପୂର୍ବତନ ସରପଞ୍ଚ ସୁଦର୍ଶନ ବିଶ୍ୱାଳ, ବୋର୍ଡ଼ ସଭ୍ୟ ଭାସ୍କର ମହାକୁଡ଼, ବିଚିତ୍ର ବଳ, ସୁବାସ ସେଠୀ, ଭରତ ପଣ୍ଡା, ଅଭୟ ଦାସ, ପ୍ରହଲ୍ଲାଦ ମହାକୁଡ଼, ସନାତନ ସ୍ୱାଇଁ, ମହେଶ୍ୱର ପଣ୍ଡା, ଶରତ ତ୍ରିପାଠୀ, ପ୍ରଫୁଲ୍ଲ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ସମବାୟ ସମିତିର ସହସମ୍ପାଦକ ନିମାଇଁ ଚରଣ ନାଥ, କର୍ମଚାରୀ ସାଇରାମ ନାୟକ, କରୁଣାକର ବଳ, ରାମକୃଷ୍ଣ ସୁଆର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.