Home ଜିଲ୍ଲା ପରିକ୍ରମା କନ୍ୟା ହତ୍ୟାକାରୀଙ୍କୁ ପୁଲିସ୍ ଗିରଫ ନକରିବା ପ୍ରତିବାଦରେ ପରିବାରଙ୍କ ଧାରଣା

କନ୍ୟା ହତ୍ୟାକାରୀଙ୍କୁ ପୁଲିସ୍ ଗିରଫ ନକରିବା ପ୍ରତିବାଦରେ ପରିବାରଙ୍କ ଧାରଣା

34

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିବାହର ପାଞ୍ଚବର୍ଷ ମଧ୍ୟରେ ଜଣେ ମହିଳାଙ୍କୁ ଅଧିକ ଯୌତୁକ ଆଣିବା ଦାବିରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ ତାଙ୍କ ଶାଶୁଘରଲୋକେ ହତ୍ୟା କରି ଅନ୍ୟତ୍ର ଫୋପାଡିଦେବା ଘଟଣା ଆଜି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ । ତେବେ ସଂପୃକ୍ତ ଥାନାରେ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟହୋଇ ମୃତା ମହିଳାଙ୍କ ପରିବାର ଲୋକେ ଆଜି ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ପତ୍ର ମୂଳେ ଯାହା ଜଣାଯାଏ ଏହି ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ ଲୁଙ୍ଗା ଗ୍ରାମର ରିନା ଜେନାଙ୍କ ଝିଅ ବନଲତାଙ୍କୁ ନିକଟସ୍ଥ ଅରଣ୍ଡୁଆ ବଡ ଆନନ୍ଦପୁର ଗ୍ରାମର କିଶୋର ଜେନା ଆଜିକି ୫ ବର୍ଷ ପୂର୍ବେ ବିବାହ କରିଥିଲେ । ତେବେ ବିବାହର ଦୀର୍ଘବର୍ଷ ମଧ୍ୟରେ ଅଧିକ ଯୌତୁକ ଦାବିକରି ବନଲତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇଥିଲେ ଶାଶୁଘର ଲୋକେ । ଶେଷରେ ଅଧିକ ଯୌତୁକ ନଆଣିବାରୁ ଶ୍ୱଶୁରଘର ଲୋକେ ବନଲତାକୁ ହତ୍ୟାକରି ସୋରୋ ଥାନା ଅଂଚଳରେ ଫୋପାଡି ଦେଇଥିଲେ । ଏହି ଖବର ପାଇ ପରିବାର ଲୋକେ ଶବକୁ ଚିହ୍ନଟ କରି ବାସୁଦେବପୁର ଥାନାରେ ଅଭିଯୋଗ କଲେ ମଧ୍ୟ ପୁଲିସ୍ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦୂରେ ଥାଉ, ଓଲଟି ସେମାନଙ୍କୁ ଧମକ ଚମକ ଦେଉଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେଣୁ ବନଲତା ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଆଜି ପରିବାର ଲୋକେ ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ପାଇଁ ଧାରଣା ଦେବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆତ୍ମାହୁତି ଦେବାର ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.