ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ୧୯୬୭ ମସିହା ମାଟ୍ରିକ୍ ବ୍ୟାଚର ପୂରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଭଗବତୀ ବିଜେ ପୀଠ ପରିସରରେ ଆୟୋଜିତ ହୋଇଯାଇଛି। ଏଥିରେ ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସପରିବାର ଯୋଗଦେଇ ଅତୀତର ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ସେମାନଙ୍କୁ ଶିକ୍ଷା ପ୍ରଦାନ କରିଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟବାଦୀ ରଥ, ପିତାମ୍ବର ମିଶ୍ର, କୀର୍ତ୍ତିଚନ୍ଦ୍ର ନାୟକ, ପଞ୍ଚାନନ ଦାସ ଏବଂ ରବୀନ୍ଦ୍ର ନାଥ ଚମ୍ପତ୍ତିଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ଅନ୍ୟତମ କୃତି ଛାତ୍ର ତଥା ସେବା ନିବୃତ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ମହାପାତ୍ରଙ୍କ ରଚିତ “ଝରଣା ଝରେ” ଉନ୍ମୋଚିତ ହୋଇଥିଲା। ୫୫ ବର୍ଷର ଅଭୁଲା ସ୍ମୃତିକୁ ମନେ ପକାଇ ଉଲ୍ଲସିତ ହୋଇଥିଲେ ପୁରାତନ ଛାତ୍ରଛାତ୍ରୀ। ଅବସର ପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ତ୍ରିଲୋଚନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
-/Dr