ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଣୀତାଲ, ଚରମ୍ପା ଏବଂ ଭଦ୍ରକ ସହରରେ ଖାଦ୍ୟ ନିରାପତ୍ତା ବିଭାଗ ଦ୍ୱାରା ଆଜି ଧରପଗଡ଼ କରାଯାଇଥିଲା। ଏହି ଚଢ଼ଉ ବିଭିନ୍ନ ହୋଟେଲ, ଢ଼ାବା, ବ୍ୟାକରୀ ୟୁନିଟ୍ ମାନଙ୍କରେ କରାଯାଇଥିଲା। ଖାଦ୍ୟ ନିରାପତ୍ତା ଆଇନ୍ ୨୦୦୬ ଅବମାନନାରେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଖାଦ୍ୟ ନିରାପତ୍ତା ବିଭାଗର ଡ଼େଜିଗ୍ନେଟେଡ଼୍ ଅଧିକାରୀ ତଥା ଡ଼ି.ପି.ଏଚ୍.ଓ. ଡ଼ା ଭାରତୀ ରାଉତ, ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ଦାସ, ଏମ୍.ଟି.ଏସ୍ର ଅଧିକାରୀ ସୁଶାନ୍ତ ନନ୍ଦ ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଗଠିତ ଟିମ୍ ଦ୍ୱାରା ଏହି ଚଢ଼ଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।