Home ଜିଲ୍ଲା ପରିକ୍ରମା ଭଦ୍ରକ ବନ୍ତଛକରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ, ପୁଲିସ୍‌-ଦୋକାନୀ ହାତାହାତି, ବିରୋଧକାରୀଙ୍କୁ ପୁଲିସ୍‌ର ଅଟକ,...

ଭଦ୍ରକ ବନ୍ତଛକରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ, ପୁଲିସ୍‌-ଦୋକାନୀ ହାତାହାତି, ବିରୋଧକାରୀଙ୍କୁ ପୁଲିସ୍‌ର ଅଟକ, ୧୪୪ ଜାରି

51

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ସହରର ବନ୍ତଛକରେ ଜବରଦଖଲ ଉଚ୍ଛେଦ ବେଳେ ପୁଣି ବିରୋଧ ପ୍ରଦର୍ଶନ ଓ ଉତ୍ତେଜନା ଦେଖିବାକୁ ମିଳିଛି। ବିରୋଧ କରୁଥିବା ନେତାଙ୍କୁ ଅଟକ ରଖିଲା ପୁଲିସ୍। ସୂଚନାଯୋଗ୍ୟ ଯେ ଭଦ୍ରକ ସହରର ବନ୍ତଛକ ନିକଟରେ ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଜବରଦଖଲ କରି ବହୁ ଦୋକାନ ଖୋଲାଯାଇଛି। ପୂର୍ବରୁ ଉଚ୍ଛେଦ ପାଇଁ ଘୋଷଣା ସତ୍ୱେ ଦୋକାନ ଗୁଡିକ ଖୋଲା ଥିବାରୁ ପ୍ରଶାସନ ଉଚ୍ଛେଦ କରିବା ପାଇଁ ପ୍ରୟାସ କରିବାବେଳେ କିଛି ବିରୋଧକାରୀଙ୍କ ବିରୋଧ ପ୍ରଦର୍ଶନ ଯୋଗୁଁ ଉଚ୍ଛେଦ ହୋଇପାରିନଥିଲା। ଗତକାଲି ପ୍ରଶାସନ ପକ୍ଷରୁ ଦୋକାନ ଉଠାଇ ନେବାକୁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଇଥିବାବେଳେ ଦୋକାନୀମାନେ କର୍ଣ୍ଣପାତ କରିନଥିଲେ। ତେବେ ୬ ପ୍ଲାଟୁନ ପୁଲିସ୍ ଫୋର୍ସ ନେଇ ପୁଣି ଥରେ ଉଚ୍ଛେଦ ଆରମ୍ଭ କରିଛି ଜିଲା ପ୍ରଶାସନ। ବ୍ୟାପକ ପୁଲିସ୍ ମୁତୟନ ସହ ଉଚ୍ଛେଦ ଆରମ୍ଭ ବେଳେ କେତେକ ନେତା ଓ ଦୋକାନୀ ବିରୋଧ କରିଥିଲେ। ଏହି ଘଟଣାରେ ବିରୋଧୀକାରୀମାନେ ଜେସିବି ଡ୍ରାଇଭରକୁ ମାଡ ମାରିବା ସହ ପୁଲିସ୍ ଓ ଦୋକାନୀଙ୍କ ହାତାହାତି ଦେଖିବାକୁ ମିଳିଥିଲା। ଏବଂ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା ଆହତ ହୋଇଥିବାର ଜଣାପଡିଛି। ପୁଲିସ୍ ପ୍ରତିବାଦ କରୁଥିବା ସିପିଆଇ(ଏମ) ନେତା ବିକାଶ ନାଥ, ଚନ୍ଦ୍ରଶେଖର ନାୟକ, କ୍ଷୁଦ୍ର ଦୋକାନୀ ମହାସଂଘ ନେତା ସେକ୍ ଗୋଲାମ ମୁସ୍ତଫାଙ୍କୁ ଅଟକ ରଖିଥିବାବେଳେ ସନ୍ଧ୍ୟାରେ ସେମାନଙ୍କୁ ଛାଡିଥିବାର ଜଣାପଡିଛି। ଘଟଣାସ୍ଥଳରେ ଦୁଇ ତହସିଲଦାର, ଅତିରିକ୍ତ ଏସ୍‌ପି, ୨୦ ପ୍ଲାଟୁନ ପୁଲିସ୍ ଅଫିସର ଓ ୬ ପ୍ଲାଟୁନ ଫୋର୍ସ ମୁତୟନ ରହିଥିଲା। ପରେ ଉତ୍ତେଜନ ଅଧିକ ହେବାରୁ ଜିଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲି ସକାଳ ୮ ଘଟିକା ପର୍ଯ୍ୟନ୍ତ ବନ୍ତଛକରେ ୧୪୪ ଧାରା ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.